Breaking PLUSଓଡ଼ିଶାମୁଖ୍ୟ ଖବର

ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ

ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ

ପ୍ରକାଶ ପାଇଲା ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା । ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁଯାୟୀ, ବିଜ୍ଞାନ ଓ ବାଣିଜ୍ୟରେ କଟକ ସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଳାରେ କୃଷ୍ଣପ୍ରସାଦ ସ୍ଥିତ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ । ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି । ସେହିଭଳି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସ୍‌ଭିଏମ୍ ଦ୍ବିତୀୟ ସ୍ଥାନରେ ରହିଛି । ୯୩% କଟ୍‌ ଅଫ୍ ମାର୍କ ସହ ଭୁବନେଶ୍ବର ସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ୨ ହଜାର ୬୫ କଲେଜର ୫ ଲକ୍ଷ ୭ ହଜାର ୫୦୨ ସିଟ୍ ପାଇଁ ୫ ଲକ୍ଷ ୭ ହଜାର ୯୩୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୭୫ ହଜାର ୯୯୦ ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ବେଳେ ୪ ଲକ୍ଷ ୭୧ ହଜାର ୩୨୪ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି । ନାମଲେଖା ନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସେପଟେ ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ତାଲିକା । ଏହି ପର୍ଯ୍ୟାୟରେ ନାମଲେଖା ସେପ୍ଟେମ୍ବର ୫ରୁ ୭ତାରିଖ ଭିତରେ ଅନୁଷ୍ଠିତ ହେବ ।

Show More

Related Articles

Back to top button