Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶରେ ଲଗାଣ ବର୍ଷାରେ ଜନଜୀବନ ଠପ୍

ଭୂସ୍ଖଳନ ଯୋଗୁ 415 ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାରେ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଜୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ରବିବାର ସକାଳ ସୁଦ୍ଧା ରାଜ୍ୟରେ ଭୂସ୍ଖଳନ ଯୋଗୁ 2ଟି ଜାତୀୟ ରାଜପଥ ସହିତ 452ଟି ରାସ୍ତା ବନ୍ଦ ରହିଛି । ସେହିପରି 1814ଟି ବିଜୁଳି ଟ୍ରାନ୍ସଫର୍ମର ଓ 59ଟି ପାଣିଟାଙ୍କି ବି କ୍ଷତିଗ୍ରସ୍ତ ହୋଇଛି ।
ସୂଚନା ଯୋଗ୍ୟ, ବର୍ଷା ଯୋଗୁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଜିଲ୍ଲାର 236ଟି ରାସ୍ତା, 1335ଟି ଟ୍ରାନ୍ସଫର୍ମର ଠପ୍ ହୋଇପଡିଛି । ସେହିପରି ଶିମଲାରେ 59ଟି, ବିଳାସପୁରରେ 40ଟି, କୁଲୁରେ 39, ହମୀରପୁରରେ 28, ସୋଲନରେ 21ଟି ରାସ୍ତା ଭୂସ୍ଖଳନ ଯୋଗୁ ଅବରୋଧ ହୋଇ ବନ୍ଦ ପଡିଛି ।

Show More

Related Articles

Back to top button