Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସ୍ୱାଧୀନତା ଦିବସ ପାଇଁ ମୋଦିଙ୍କ ସ୍ୱତନ୍ତ୍ର ଅତିଥି

18ଶହ ଲୋକଙ୍କୁ ପଠାଯାଇଛି ନିମନ୍ତ୍ରଣ ପତ୍ର

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଉଦବୋଧନ ଦେବେ। ତାଙ୍କୁ ଶୁଣିବା ପାଇଁ ତଥା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ସ୍ୱତନ୍ତ୍ର ଅତିଥି ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୮୦୦ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏଥିରେ ସାଧାରଣ ବର୍ଗଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷ ରହିଛନ୍ତି । ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନର୍ସ, ମତ୍ସ୍ୟଜୀବୀ, ଚାଷୀ, ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି ।

Show More

Related Articles

Back to top button