Breaking PLUSଓଡ଼ିଶାମୁଖ୍ୟ ଖବର
ସାଇବର କ୍ରାଇମକୁ ନେଇ ହାଇକୋର୍ଟଙ୍କ ଉଦବେଗ

ଭୁବନେଶ୍ୱର, 12 ଜାନୁୟାରୀ – ରାଜ୍ୟରେ ବଢୁଥିବା ସାଇବର କ୍ରାଇମକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ସାଇବର କ୍ରାଇମକୁ ମୁକାବିଲା କରିବା ତ୍ୱରିତ ପଦକ୍ଷେପ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି । ଅନଲାଇନ ପେମେଣ୍ଟ ଆପରେ ଏକ ଠକେଇ ମାମଲାକୁ ନେଇ ଦାଖଲ ଆବେଦନର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଏହି ରିପୋର୍ଟ ତଲବ କରିଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ସାଇବର କ୍ରାଇମକୁ ରୋକିବା ଦିଗରେ ପୋଲିସର ପଦକ୍ଷେପ ଯଥେଷ୍ଟ ନୁହଁ କି ପ୍ରଭାବଶାଳୀ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଦାଖଲ ମାମଲାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଜାନୁଆରୀ 29 ରେ ମାମଲାର ପରବର୍ତୀ ଶୁଣାଣି ହେବ ।