Breaking PLUSଓଡ଼ିଶାମୁଖ୍ୟ ଖବର

ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଆସନ୍ତା ୬ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ତାରିଖ ବେଳକୁ ଉତ୍ତର ଓ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ରାଜ୍ୟରେ ୬ ଓ ୭ ତାରିଖରେ ଏହାର ସର୍ବାଧିକ ପ୍ରଭାବ ରହିବ । 

ଆସୁଛି ଆଉ ଏକ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୬ତାରିଖ ବେଳକୁ ଉତ୍ତର ଓ ତତ୍‌ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ରାଜ୍ୟରେ ୬ ଓ ୭ ତାରିଖରେ ଏହାର ସର୍ବାଧିକ ପ୍ରଭାବ ରହିବ । ୬ରେ ଉତ୍ତର ଓଡିଶାର ଉପକୂଳ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ସମ୍ଭାବନା ରହିଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଲଘୁଚାପ ଗତି କରିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୫ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବ । ଜୁନ ୧ରୁ ଏଯାଏ ସାରା ରାଜ୍ୟରେ ସ୍ୱାଭାବିକଠୁ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଛି ।

Show More

Related Articles

Back to top button