ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟକର ରସୁଣ ହୋଇ ପାରେ ବିପଦ ପୂର୍ଣ୍ଣ, ହୋଇଯାନ୍ତୁ ସାବଧାନ

ସମସ୍ତେ ଆମେ ଜାଣିଛେ ଯେ ରସୁଣ ଖାଇବା ସ୍ୱାସ୍ଥ୍ୟ ପକ୍ଷ୍ୟ ହିତକର ହୋଇଥାଏ ବିଲ l କିନ୍ତୁ ଯଦି ଭୁଲ ସମୟରେ ଏହାକୁ ଭୁଲ ଭାବରେ ଖିଆ ଯାଏ ତେବେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ l ଆୟୁର୍ବେଦରେ ରସୁଣର ବ୍ୟବହାର ଅନେକ ରୋଗର ଉପଚାର ପାଇଁ କରାଯାଇଥାଏ l ଏଥିରେ ରହିଥିବା ସଲଫର କମ୍ପାଉଣ୍ଡ କାରଣରୁ ସ୍ୱାଦ ଓ ଗନ୍ଧ ଉତେଜିତ ଶୋଭାବର ହୋଇଥାଏ

ରସୁଣ ଭାରତୀୟ ରୋଷେଇର ମୁଖ୍ୟ ଅଂଶ l ହୁଏତ ଆପଣ ଜାଣି ନଥିବେ ରସୁଣ ଖାଇବା ଲାଭ ଦାୟକ ସହିତ କ୍ଷତିକର ମଧ୍ୟ ହୋଇପାରେ l ଚାଲନ୍ତୁ ଆଜି ଜାଣିବା କେଉଁ ପରିସ୍ଥିତିରେ ରସୁଣ ଖାଇବା ଉଚିତ ନୁହେଁ l

ରକ୍ତଚାପ -ଯଦି ଆପଣଙ୍କର ରକ୍ତ ଛପର ସମସ୍ୟା ରହିଛି ,ଖାସ କରି ନିମ୍ନ ରକ୍ତଚାପ ତେବେ ଏପରି ସ୍ଥଳରେ ରସୁଣ ଖାଇବା ଉଚିତ ନୁହେଁ l କାରଣ ରସୁଣ ରକ୍ତଚାପକୁ କମାଇ ଦେଇଥାଏ l ଯାହା ଶରୀର ପାଇଁ କ୍ଷତି କାରକ ଅଟେ l

ହେମୋଗ୍ଲୋବିନ କମ ହେଲେ -ଆପଣଙ୍କ ରକ୍ତରେ ହେମୋଗ୍ଲୋବିନ କମିଗଲେ ରସୁଣ ଖାଇବା ଆପଣଙ୍କ ଶରୀର ପକ୍ଷ କ୍ଷତି କାରକ ହୋଇପାରେ l ଅଧିକ ରସୁଣ ଖାଇବା ଦ୍ୱାରା ଆପଣ ଅସୁବିଧାରେ ପଡି ପାରନ୍ତି l

ଚର୍ମରେ ଏଲର୍ଜୀ -ଅଧିକ ରସୁଣ ଖାଇବା ଦ୍ୱାରା ତ୍ୱଚାରେ ପୋଡା ସାହିତ ଲାଲ ଲାଲ ଦାନା ବାହାରି ଥାଏ l ରସୁଣରେ ଏଲିନେଜ ନାମକ ଗୋଟିଏ ଏଞ୍ଜାଇମ ରହିଛି ,ଯାହା ଆମ ତ୍ୱଚାରେ ବିଭିନ୍ନ ପ୍ରକାରର ଲାଲ ଲାଲ ଦାଗ କରିଦେଇ ଥାଏ l ଆପଣ ଦେଖିଥିବେ ଯେ ରସୁଣ ଛଡ଼ାଇବା ସମୟରେ ଯଦି ନଖରେ ପଶି ଯାଏ ତେବେ ତାହା ଯନ୍ତ୍ରଣା ଦାୟକ ହୋଇଥାଏ l

ମୁଣ୍ଡ ବିନ୍ଧା -ରସୁଣ କୁ ଯଦି ଆମେ ମୁଣ୍ଡ ବିନ୍ଧା ସମୟରେ ତେବେ ଏହା ଆମର ମୁଣ୍ଡ ବିନ୍ଧା ଯନ୍ତ୍ରଣାକୁ ବଢ଼ାଇ ଦେଇଥାଏ l ବିଭିନ୍ନ ଅଧୟନ ଅନୁସାରେ କଞ୍ଚା ରସୁଣ ଅଧିକ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣା ଅଧିକ ବଢ଼ାଇ ଦେଇଥାଏ l

Show More

Related Articles

Back to top button