ଜୀବନଚର୍ଯ୍ୟାଦେଶ ବିଦେଶ

ଏହି ଦ୍ରବ୍ୟକୁ ନଷ୍ଟ କରନ୍ତୁ ନାହିଁ : ମା ଲକ୍ଷ୍ମୀ ହୋଇଥାନ୍ତି ଅସନ୍ତୁଷ୍ଟ

କ୍ଷୀର ସାଗର ଜଗତ ପଲକ ବିଷ୍ଣୁଙ୍କର ପତ୍ନୀ ମା ଲକ୍ଷ୍ମୀଙ୍କର ଗୁରୁବାରରେ ବିଶେଷ ମହତ୍ୱ ରହିଛି ଓ ଜଳ ସହିତ ମଧ୍ୟ ବିଶେଷ ସ୍ନେହ ରହିଛି

ଯେଉଁ ଘର ଗୁଡିକରେ ଜଳ ସଂରକ୍ଷଣ ହୋଇଥାଏ ,ଉଚିତ ଉପଯୋଗ ହୋଇଥାଏ ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଳର ଯଦି ଦୁରୁପଯୋଗ ହୁଏ ତେବେ ସେହି ଘରେ ଅର୍ଥହାନୀ ଦେଖାଯାଇଥାଏ l ତେଣୁକରି ଆପଣ ବିଶେଷ ଧ୍ୟାନ ରଖନ୍ତୁ ଯେ ଯେପରି ଆପଣଙ୍କର ଘରର କୌଣସି ନଳରୁ ଜଳ ଯେପରି ନଷ୍ଟ ନହୁଏ lଯେଉଁ ଘରେ ଲକ୍ଷ୍ମୀଙ୍କର କୃପା ବଢାଇବାର ଥାଏ ସେହି ଘରେ ଜାଉଁଳି ମାଛ କିମ୍ବା କଇଁଛ ଜୀବନ୍ତ ଭାବରେ ରାଖିବା ଆବଶ୍ୟକ କିମ୍ବା ଏହି ଭଳି କୌଣସି ଯୋଡ଼ା ମାଛ କିମ୍ବା କଇଁଛ ଥିବା ଚିତ୍ର ଉତର ଦିଗରେ ଲଗାଇବା ଉଚିତ l

ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ l ଜଳ ସଂରକ୍ଷଣକୁ ମହତ୍ୱ ଦେବା ପାଇଁ ଜୋତିର୍ବିଦ ମାନେ ମତ ଦେଇଥାନ୍ତି l ନଦୀ ସରୋବରରେ ଆବର୍ଜନା ବଢାଇବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି lମାନ୍ୟତା ରହିଛି ଯେ ଯେଉଁ ଶ୍ରଦ୍ଧାଳୁ ମାନେ ସତ ମନରେ ଗଙ୍ଗା ସ୍ନାନ କରିଥାନ୍ତି ସେମାନଙ୍କୁ ଅସ୍ତ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ l ସେମାନେ ଧନଵାନ ଓ ଯଶବାନ ହେବ ସହିତ ସନ୍ତାନ ସୁଖ ପ୍ରାପ୍ତି କରିଥାନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ,ବିଛା ଓ ମୀନ ରାଶି ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ l ଏହି ରାଶିର ବ୍ୟକ୍ତି ମାନେ ଜ୍ଞାନଵାନ ହେବ ସହିତ ଧନ ସମ୍ପର୍ତ୍ତିରେ ପରିପୂର୍ଣ୍ଣ ହୋଇଥାନ୍ତି l ଏହି ରାଶିର ବ୍ୟକ୍ତି ମାନେ ପୂଜା ସ୍ଥାନରେ ଶଙ୍ଖ ନିହାତି ରଖିବା ବଶ୍ୟକ l

Show More

Related Articles

Back to top button