Breaking PLUSଦେଶ ବିଦେଶମୁଖ୍ୟ ଖବର

କୋଝିକୋଡ ବିମାନ ଦୁର୍ଘଟଣା; ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ମନ୍ତ୍ରୀ

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ କୋଝିକୋଡ ଏୟାରପୋର୍ଟରେ ହୋଇଥିବା ଦୁର୍ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ କୋଝିକୋଡ ଏୟାରପୋର୍ଟରେ ହୋଇଥିବା ଦୁର୍ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି। ସେ ଏହି ଯାଞ୍ଚ କରିବାକୁ ନେଇ କହିଛନ୍ତି, ଏହି ଘଟଣାକୁ ନେଇ ତୁରନ୍ତ କୌଣସି କାରଣ ଖୋଜିବା ଠିକ ହେବ ନାହିଁ। ଏହି ଘଟଣାକୁ ନେଇ ଡିଜିସିଏ, ଏୟାରପୋର୍ଟ ପ୍ରାଧିକରଣ, ଏଆଇବି ଓ ଅନ୍ୟ ସମସ୍ତ ସଂସ୍ଥା ସହଯୋଗ କରୁଛନ୍ତି। ଘଟଣାର ତଦନ୍ତ ସମୟରେ ଦୁଇ କଳା ବାକ୍ସ ଜବତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା, ଆହତ ହୋଇଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ହରଦିପ ପୁରୀଙ୍କ ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ମୁରଲିଧରନ, ସାଂସଦ କୁହ୍ଲାଲିକୁଟ୍ଟି ଓ ଏମ.କେ ରାଘବନଙ୍କ ସହ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି।
ସୂଚନାଯୋଗ୍ୟ, ଦୁବାଇରୁ ୧୯୦ ଜଣ ଯାତ୍ରୀଙ୍କୁ ଧରି ଏୟାରଇଣ୍ଡିଆ ଏକ୍ସପ୍ରେସ ଶୁକ୍ରବାର ଜୋରଦାର ବର୍ଷା ହେବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

Show More

Related Articles

Back to top button