ହଳଦୀରାମ କମ୍ପାନୀ ଉପରେ ସାଇବର ଆକ୍ରମଣ
ଦେଶର ପ୍ରସିଦ୍ଧ ଖାଦ୍ୟ ଏବଂ ପ୍ୟାକେଜିଂ କମ୍ପାନୀ ହଳଦୀରାମ ଉପରେ ସାଇବର ଆକ୍ରମଣ ହୋଇଛି । କମ୍ପାନୀର ରେକର୍ଡ ହାସଲ କରିବା ପାଇଁ ହ୍ୟାକରମାନେ ସାତ ଲକ୍ଷ ଟଙ୍କା ମାଗିଛନ୍ତି
![](https://www.utkalprahari.com/wp-content/uploads/2020/10/2020_102020101617522280831_0_news_large_21.jpeg)
ଏହି ମାମଲାରେ କମ୍ପାନୀ ତରଫରୁ ପୁଲିସ ଷ୍ଟେସନରେ ଏକ ମାମଲା ଦାୟର କରାଯାଇଛି। ଅଭିଯୋଗ ଅନୁଯାୟୀ, ସାଇବର ଅପରାଧୀମାନେ କମ୍ପାନୀର କିଛି ତଥ୍ୟ ଡିଲିଟ କରିଦେଇଛନ୍ତି, ଯେଉଁଥିପାଇଁ କମ୍ପାନୀ ବହୁତ କ୍ଷତି ସହିଛି | ସାଇବର ଅପରାଧୀମାନେ ତଥ୍ୟ ବଦଳରେ ଟଙ୍କା ମାଗିଛନ୍ତି। ଏହାକୁ ଏଇ ପୁଲିସ ଅଧିକାରୀ କହିଛନ୍ତି ଯେ ନୋଏଡାର ସେକ୍ଟର -୬୨ ର ସି-ବ୍ଲକରେ ଖାଦ୍ୟ ଏବଂ ପ୍ୟାକେଜିଂ କମ୍ପାନୀ ହଳଦୀରାମର ଏକ କର୍ପୋରେଟ୍ କାର୍ଯ୍ୟାଳୟ ଅଛି। କମ୍ପାନୀର ଆଇଟି ବିଭାଗ ଏଠାରୁ କାର୍ଯ୍ୟ କରେ | ହଳଦୀରାମ କମ୍ପାନୀର ଡିଜିଏମ(ଆଇଟି) ଅଜିଜ ଖାନ ପୁଲିସକୁ କହିଛନ୍ତି ଯେ ଜୁଲାଇ ୧୨ ଏବଂ ୧୩ ରାତିରେ ଏହି ସାଇବର ଆକ୍ରମଣକାରୀମାନେ ଏକ ଭାଇରସ ଦ୍ୱାରା ଆକ୍ରମଣ କରିଥିଲେ।
ସେକ୍ଟର -୬୨ ସ୍ଥିତ କମ୍ପାନୀର କର୍ପୋରେଟ ଅଫିସର ସର୍ଭରରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ହେତୁ କମ୍ପାନୀର ମାର୍କେଟିଂ ବ୍ୟବସାୟର ତଥ୍ୟ ଅଦୃଶ୍ୟ ହୋଇଯାଇଥିଲା ଏବଂ ଅନେକ ବିଭାଗର ତଥ୍ୟ ମଧ୍ୟ ଦେଖିବାକୁ ମିଳିନଥିଲା | ଅଭିଯୋଗ ଅନୁଯାୟୀ, କମ୍ପାନୀର ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଧ୍ୟ ଅଦୃଶ୍ୟ ହୋଇଯାଇଛି। ଯେତେବେଳେ କମ୍ପାନୀର ଉଚ୍ଚ ପଦାଧିକାରୀ ପ୍ରଥମେ ଏବାବଦରେ ଜାଣିଥିଲେ ସେମାନେ ଏକ ଆଭ୍ୟନ୍ତରୀଣ ଅନୁସନ୍ଧାନ କରାଇଥିଲେ | ଏହା ପରେ କମ୍ପାନୀର ଅଧିକାରୀ ଏବଂ ସାଇବର ଆକ୍ରମଣ ଅପରାଧୀଙ୍କ ମଧ୍ୟରେ ଚାଟ୍ ହୋଇଥିବାବେଳେ ସାଇବର ଅପରାଧୀମାନେ କମ୍ପାନୀକୁ ସାତ ଲକ୍ଷ ଟଙ୍କା ମାଗିଥିଲେ। ପୁଲିସ ସେମାନଙ୍କ ଅଭିଯୋଗର ଏବେ ଯାଞ୍ଚ କରୁଛି।