ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

୬୦୦ ମେଲ୍ ଓ ‌ଏକ୍ସପ୍ରେସ ଟ୍ରେନ ଚଳାଚଳ ବନ୍ଦ ଯୋଜନା

କରୋନା ମହାମାରୀ ପାଇଁ ଦେଶରେ ଟ୍ରେନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏପର୍ଯ୍ୟନ୍ତ ଏହା ସ୍ବାଭାବିକ ହୋଇନାହିଁ

ତେବେ ଟ୍ରେନ ଚଳାଚଳ ସ୍ବାଭାବିକ ହେଲେ ନୂଆ ସମୟ ସାରଣୀ ଅନୁସାରେ ଏଗୁଡ଼ିକ ଚାଲିବ। ଏଥିରେ ଅନେକ ନୂତନତ୍ବ ଦେଖିବାକୁ ମିଳବ। ଆଇଆଇଟି ମୁମ୍ବାଇ ସହଯୋଗରେ ପ୍ରସ୍ତୁତ ହୋଇଥିବା ଜିରୋ ବେସ୍‌ଡ ଟାଇମ ଟେବୁଲ୍‌ରେ ପାଖାପାଖି ୬୦୦ ମେଲ୍ ଓ ‌ଏକ୍ସପ୍ରେସ ଟ୍ରେନକୁ ବନ୍ଦ କରି ଦିଆଯାଇପାର‌େ।ସେହିଭଳି ରାତ୍ରିକାଳୀନ ରହଣି ସମତେ ୧୦୨୦୦ ‌ସ୍ଥାନରେ ଟ୍ରେନର ରହଣିକୁ ବନ୍ଦ କରି ଦିଆଯାଇପାରେ।

ଯୋଜନା ଅନୁଯାୟୀ, ୩୬୦ଟି ପାସେଞ୍ଜର ଟ୍ରେନକୁ ମେଲ୍ କିମ୍ବା ଏକ୍ସପ୍ରେସ ଟ୍ରେନରେ ପରିବର୍ତ୍ତନ କରାଯିବ। ୧୨୦ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ସୁପର ଫାଷ୍ଟ ଟ୍ରେନରେ ରୂପାନ୍ତରିତ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଯୋଜନା ପ୍ରସ୍ତୁତ ହେଉଛି।

Show More

Related Articles

Back to top button