ଓଡ଼ିଶାବାଣିଜ୍ୟମୁଖ୍ୟ ଖବର

ମହିଳା ସଶକ୍ତିକରଣରେ ନଗର ଉନ୍ନୟନ ବିଭାଗ

ମହିଳାଙ୍କୁ ସ୍ୱାବଲମ୍ବୀ କରିବ ନଗର ଉନ୍ନୟନ ବିଭାଗ

ମହିଳା ସଶକ୍ତିକରଣରେ ନିଜକୁ ସାମିଲ କଲା ଗୃହ ଓ ନଗର ଉନ୍ନୟନ ବିଭାଗ । ପୌରାଞ୍ଚଳରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ମିଶନ ଶକ୍ତି ଅଧିନରେ ଥିବା ଏସଏଚଜି ଗ୍ରୁପଙ୍କୁ ନିୟୋଜିତ କରାଯାଇଛି । ଏଥିନିମନ୍ତେ ଅହମଦାବାଦ ସ୍ଥିତ ପୌର ପରିଚାଳନା ସେଣ୍ଟର ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଭାଗୀୟ ସଚିବ ଜି. ମାଥିଭାଥନନ୍ ଏବଂ ୟୁଏମସି ନିର୍ଦ୍ଦେଶିକା ମନଭିତା ବରଦୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଯାଇଛି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟରେ 6 ଲକ୍ଷ ଏସଏଚଜି ଗ୍ରୁପ ଜରିଆରେ 70 ଲକ୍ଷ ମହିଳା ମିଶନ ଶକ୍ତିର ସଦସ୍ୟ ରହିଛନ୍ତି । ଏହି ମହିଳାମାନଙ୍କୁ ଜଳ ସାଥୀ, ଆଧାର କେନ୍ଦ୍ର ପରିଚାଳନା ଭଳି ଦାୟିତ୍ୱ ପ୍ରଦାନ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇଛି । ପୌରାଞ୍ଚଳରେ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ଏହି ଏସଏଚଜି ଗ୍ରୁପଙ୍କୁ ନିୟୋଜିତ କରି ସେମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ଥିତିକୁ ଆହୁରି ମଜବୁଦ କରାଯାଇପାରିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Show More

Related Articles

Back to top button