ଦେଶ ବିଦେଶମୁଖ୍ୟ ଖବରରାଜନୀତି

କଲିକତା ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶ

ପଶ୍ଚିମବଙ୍ଗ ଭୋଟ ପରର ହିଂସାର ହେବ ସିବିଆଇ ତଦନ୍ତ

କଲିକତା ଉଚ୍ଚ ନ୍ୟାୟାଳୟଙ୍କ ତତ୍ବାବଧାନରେ ହେବ ସିବିଆଇ ତଦନ୍ତ I ପଶ୍ଚିମବଙ୍ଗ ନିର୍ବାଚନ ପରର ହିଂସା ଓ ହତ୍ୟାକୁ ନେଇ ସିବିଆଇ ଦତନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ I ନିର୍ବାଚନ ପରେ ଘଟିଥିବା ହିଂସା ସହ ଜଡିତ ଅନ୍ୟ ସବୁ ମାମଲାର ତଦନ୍ତ ଏସଆଇଟି କରିବ ବୋଲି କହିଛନ୍ତି କୋର୍ଟ I କିନ୍ତୁ ଉଭୟ ତଦନ୍ତ ଉଚ୍ଚ ନ୍ୟାୟାଳୟଙ୍କ ତତ୍ବାବଧାନରେ ହେବ I ଏନଏଚଆରସି ରିପୋର୍ଟ ଅନୁଯ଼ାୟୀ ବଳାତ୍କାର ଉଦ୍ୟମ ନେଇ ହତ୍ୟା ଏବଂ ମହିଳାଙ୍କ ବିରୁଦ୍ଧରେ ଅପରାଧ ଅଭିଯ଼ୋଗ ନେଇ  ସିବିଆଇକୁ ତଦନ୍ତ ପାଇଁ ପଠାଯ଼ିବ ବୋଲି କହିଛନ୍ତି କୋର୍ଟ I ସେପଟେ ଏହି ମାମଲାରେ ରାଜ୍ୟ  ସବୁକିଛି ରେକର୍ଡ ତଥା ପ୍ରମାଣ ସିବିଆଇକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ତଦନ୍ତ ସମୟରେ ଯ଼ଦି କୌଣସି ବାଧା ବା ପ୍ରତିବନ୍ଧକ ସୃଷ୍ଟି ହୁଏ ତା’ହେଲେ ଏହାକୁ ଗମ୍ଭୀରତାର ସହ ନିଆଯ଼ିବ ବୋଲି କହିଛନ୍ତି କୋର୍ଟ I ଏହି ଯ଼ାଞ୍ଚରେ ପଶ୍ଚିମବଙ୍ଗ କ୍ୟାଡରର ତିନି ଆଇପିଏସ ସୁମନବାଳା ସାହୁ, ସୌମେନ ମିତ୍ରା ଏବଂ ରଣବୀର କୁମାର ସାମିଲ ହେବେ . ସେପଟେ ଏସଆଇଟି ତଦନ୍ତର ସମୀକ୍ଷା ସୁପ୍ରିମକୋର୍ଟଙ୍କ ଜଣେ ପୂର୍ବତନ ନ୍ୟାୟଧୀଶଙ୍କ ଦ୍ବାରା କରାଯ଼ିବ I ରସିଦ ମୁନିର ଖାନଙ୍କ ଅଦାଲତ ଅବମାନନା ନୋଟିସ ମାମଲାରେ ପରବର୍ତ୍ତୀ ସମଯରେ ଶୁଣାଣୀ କରାଯ଼ିବ ବୋଲି କହିଛନ୍ତି କୋର୍ଟ I ରାଜ୍ୟର ସବୁ ଏଜେନ୍ସୀ ସିବିଆଇ ଓ ଏସଆଇଟିକୁ ଏହି ଦତନ୍ତରେ ସହଯ଼ୋଗ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ପରବର୍ତ୍ତୀ ଶୁଣାଣୀ ଅକ୍ଟୋବର 4 କୁ ଧାର୍ଯ଼୍ୟ କରିଛନ୍ତି I

Show More

Related Articles

Back to top button