ଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

କଲ୍ୟାଣ ସିଂ ଙ୍କ ଦେହାନ୍ତ

ଆରପାରିରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଗତକାଲି ରାତିରେ ଦେହାନ୍ତ ହୋଇଛି I 89 ବର୍ଷ ବୟସରେ ଆରପାରିକୁ ଚାଲିଯ଼ାଇଛନ୍ତି ବିଜେପିର ଏହି ଦିଗଜ ନେତା I ସେପସିସ ଓ ମଲ୍ଟି ଅର୍ଗାନ ଫେଲ୍ୟୁଅର ଯ଼ୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡାକ୍ତର I ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟଗ୍ରାଜୁଏଟ ମେଡିକାଲର ଆଇସିୟୁରେ ରଖି ଚିକିତ୍ସା କରାଯ଼ାଉଥିଲା I ଗତ ଜୁଲାଇ 4ରୁ ବିଜେପିର ଏହି ଷ୍ଟଲୱାର୍ଟଙ୍କୁ ଅସୁସ୍ଥତା କାରଣରୁ ହସ୍ପିଟାଲରେ ରଖି ଚିକିତ୍ସା କରାଯ଼ାଉଥିଲା I ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯ଼ୋଗୀ ଆଦିତ୍ୟନାଥ ବିଜେପିର କିଛି ବରିଷ୍ଠ ନେତାଙ୍କ ସହ ମେଡିକାଲରେ ପହଁଞ୍ଚି କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଡାକ୍ତରଙ୍କୁ ପତାରି ବୁଝିଥିଲେ I ଓବିସି ଲିଡର ଭାବେ ଜଣାଶୁଣା ଶ୍ରୀଯ଼ୁକ୍ତ ସିଂ  5 ଜାନୁଆରୀ 1932 ରେ ଜନ୍ମ ଗ୍ରହଣ କରିଥିଲେ I 1967 ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ I 1991 ରେ ସେ ଉତ୍ତରପ୍ରଦେଶରେ ପ୍ରଥମେ ଭାରତୀୟ ଜନତା ପାର୍ଟିର ସରକାର ଗଢିଥିଲେ I ସେ 2014ରୁ 2015 ରାଜସ୍ଥାଲର ଗଭର୍ଣ୍ଣର ରହିବା ସହ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଷୋହଳ ଶହ ଶତାଦ୍ଦୀର ବାବ୍ରୀ ମସଜିଦ ଭଙ୍ଗା ଯ଼ାଇଥିଲା I ସଂସ୍କୃତିର ପୁର୍ନଉଦ୍ଧାର ପାଇଁ ତାଙ୍କୁ ପରପିଢୀ ମନେ ରଖିବ ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ I

Show More

Related Articles

Back to top button