Breaking PLUSଓଡ଼ିଶାମୁଖ୍ୟ ଖବର

ଗୁଣି ଗାରେଡି ସନ୍ଦେହରେ, ବୃଦ୍ଧ ଦମ୍ପତ୍ତିଙ୍କର ଗଳା କାଟି ହତ୍ୟା

ଗୁଣି ଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳ କଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି

ଗୁଣି ଗାରେଡି ସନ୍ଦେହରେ ଅମାନବୀୟ କାଣ୍ଡ । ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳ କଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଙ୍ଗଳ କଟା ଗ୍ରାମର ପାରୁ ମୁଣ୍ଡା ଏବଂ ମାଗଦାଲି ମୁଣ୍ଡା ଘରେ ଥିବା ବେଳେ କେହି ଜଣେ ଦୁର୍ବୃତ୍ତ ଘରେ ପଶି ପ୍ରଥମେ ପାରୁ ମୁଣ୍ଡାଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଏହାଦେଖି ସ୍ତ୍ରୀ ମାଗଦାଲି ମୁଣ୍ଡା ସେଠାରୁ ପଳାଉ ଥିବାବେଳେ ତାଙ୍କୁ ମଧ୍ୟ ଘର ବାହାରେ ହତ୍ୟା କରାଯାଇଛି ।

ତେବେ କିଏ ଏବଂ କାହିଁକି ଏମାନଙ୍କୁ ହତ୍ୟା କରିଛି ତାହା ଜଣା ପଡ଼ିନଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ଏମାନଙ୍କର ସାଙ୍ଗରେ କାହାର ଶତ୍ରୁତା ଅଛି କି ନାହିଁ ତାହା ପୋଲିସ ତଦନ୍ତ ପରେ ଜଣା ପଡିବ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟଙ୍କ ମୃତ ଦେହକୁ ଜବତ କରି ପୋଷ୍ଟମର୍ଟମ ଲାଗି ପଠାଇ ଦେଇଛି ।

Show More

Related Articles

Back to top button