Breaking PLUSଦେଶ ବିଦେଶମୁଖ୍ୟ ଖବର

ବିମାନ କମ୍ପାନୀ ଇଣ୍ଡିଗୋର ବଡ ଘୋଷଣା, ସ୍ୱାସ୍ଥସେବା କର୍ମଚାରୀଙ୍କ ପାଇଁ ବିମାନ ଭଡାରେ 25 ପ୍ରତିଶତ ରିହାତି

ଭାରତର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ମଙ୍ଗଳବାର ଦିନ ଡାକ୍ତର ଏବଂ ନର୍ସ ସେବାରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବିଶେଷ ରିହାତି ଘୋଷଣା କରିଛି

ଭାରତର ବୃହତ୍ତମ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ମଙ୍ଗଳବାର ଦିନ ଡାକ୍ତର ଏବଂ ନର୍ସ ସେବାରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବିଶେଷ ରିହାତି ଘୋଷଣା କରିଛି । ଇଣ୍ଡିଗୋ ଏଭଳି ଏକ ସମୟରେ ଏହି ଘୋଷଣା କରିଛି ଯେତେବେଳେ ସମଗ୍ର ଦେଶ କରୋନା ଭାଇରସ ମହାମାରୀ ସହ ସଂଘର୍ଷ କରୁଛି ଏବଂ ଏହି ସଂଗ୍ରାମରେ ସ୍ୱାସ୍ଥ୍ୟ କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଇଣ୍ଡିଗୋ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ବିମାନ ଯାତ୍ରା ଟିକେଟ୍ ଉପରେ 25 ପ୍ରତିଶତ ରିହାତି ଘୋଷଣା କରିଛି।

ଇଣ୍ଡିଗୋ ଏକ ଟୁଇଟ୍ କରି କହିଛି ଯେ, ‘କିଛି ସୁପରହିରୋ ଅଛନ୍ତି ଯେଉଁମାନେ ଚକୋଲେଟ ପରି ଆମ ହୃଦୟକୁ ତରଳାଇ ଦେଇଛନ୍ତି! ଯେଉଁମାନେ ଏଭଳି ଏକ କଠିନ ସମୟରେ ଆମ ପାଖରେ ଛିଡା ହୋଉଛନ୍ତି | ଏମାନେ ଆଉ କେହି ନୂହଁନ୍ତି ଏମାନେ ଆମର ଡାକ୍ତର ଏବଂ ନର୍ସ | ସେମାନଙ୍କ ପାଇଁ ଆମର ଏକ ଉପହାର ଅଛି | ଆମ ସହିତ ଉଡ଼ାଣ କରିବା ପାଇଁ ଚାହୁଁଥିବା ସମସ୍ତ ସ୍ୱାସ୍ଥସେବା କର୍ମଚାରୀଙ୍କୁ ଆମେ 25 ପ୍ରତିଶତ ରିହାତି ପ୍ରଦାନ କରୁଛୁ । ‘

Show More

Related Articles

Back to top button