ଦେଶରାଜନୀତିସ୍ୱତନ୍ତ୍ର

ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଜାରି ହେଲା ଗାଇଡଲାଇନ

ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ରଖିବାକୁ ନେଇ ଜାରି ହେଲା ଗାଇଡଲାଇନ । ଏହି ନିଷ୍ପତ୍ତି ନେଇଛନ୍ତି ପଞ୍ଜାବର ଭଗବନ୍ତ ମାନ ସରକାର । ରାଜ୍ୟରେ ପ୍ରତିଦିନ ଗୁଳି ବିନିମୟ ନେଇ ଖବର ଆସୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଏଥିପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଅସ୍ତ୍ରଶସ୍ତ୍ରର ସର୍ବସାଧାରଣ ପ୍ରଦର୍ଶନକୁ ନିଷେଧ କରାଯିବ । ଏହା ସହିତ ଅସ୍ତ୍ରଶସ୍ତ୍ରର ଲାଇସେନ୍ସ ମଧ୍ୟ ଏତେ ସହଜରେ ମିଳିବ ନାହିଁ । ବନ୍ଧୁକ ରଖିବା ନେଇ ଅନେକ ନିୟମ ପ୍ରସ୍ତୁତ କରାଯାଇଛି ।

ସେହିପରି ଯେଉଁମାନେ ନିଜ ପାଖରେ ବନ୍ଧୁକ ରଖୁଛନ୍ତି ସେମାନଙ୍କର ବନ୍ଧୁକ ଯାଞ୍ଚ କରାଯିବ। ସବୁଠାରୁ ବଡ କଥା ହେଉଛି ଏଣିକି ଆଉ ପଞ୍ଜାବୀ ଗୀତରେ ଅସ୍ତ୍ରଶସ୍ତ୍ରକୁ ଦେଖାଇ ହେବ ନାହିଁ ।ପଞ୍ଜାବୀ ଆଲବମଗୁଡିକରେ ଏଣିକି ଆଉ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଖୁଲମଖୁଲା ପ୍ରଦର୍ଶିତ ହେବ ନାହିଁ ।

Show More

Related Articles

Back to top button