ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ICMR ପକ୍ଷରୁ ଗାଇଡ୍‌ଲାଇନ ଜାରି,ସାମାନ୍ୟ ଜ୍ୱର ପାଇଁ ଖାଆନ୍ତୁନି ଆଣ୍ଟିବାୟୋଟିକ୍‌

ଜ୍ୱର କିମ୍ବା ଭାଇରାଲ ଫିଭର ପାଇଁ ଅନେକ ଆଣ୍ଟିବାୟୋଟିକ୍‌ ସେବନ କରିଥାନ୍ତି । ବର୍ତ୍ତମାନ ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ ଏଥିପାଇଁ ଗାଇଡ୍‌ଲାଇନ ଜାରି ହୋଇଛି । ଏଣିକି ସାମାନ୍ୟ ଜ୍ୱର ପାଇଁ ବ୍ୟବହାର କରିପାରିବେ ନାହିଁ  ଆଣ୍ଟିବାୟୋଟିକ୍‌ ।

ସାମାନ୍ୟ ଜ୍ୱର ପାଇଁ ଲୋକେ ମନଇଚ୍ଛା ଏହାକୁ ସେବନ କରୁଥିବାରୁ ଶରୀରରେ ଅନେକ ସାଇଡଇଫେକ୍ଟ ପଡୁଛି । କେତେକ ଭଲ ବ୍ୟାକ୍ଟେରିଆ ମଧ୍ୟ ଏଥିପାଇଁ ନଷ୍ଟ ହେଉଛି । ଏନେଇ ନିକଟରେ ଆଇସିଏମ୍‌ଆର୍‌ ଦ୍ୱାରା ଏକ ମଲ୍ଟି-ସେଣ୍ଟର ସର୍ଭେ କରାଯାଇଥିଲା । ଯେଉଁଥିରେ ଜଣାପଡ଼ିଛି, ରକ୍ତ, ମୂତ୍ରନଳୀ, ଫୁସ୍‌ଫୁସ୍‌ ଆଦିରେ ସଂକ୍ରମଣ ବଢ଼ାଉଥିବା ଏସିନେଟୋବ୍ୟାକ୍ଟର ବୌମାନି ନାମକ ଏକ ବ୍ୟାକ୍ଟେରିଆ ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍‌କୁ ସହଜରେ ପ୍ରତିରୋଧ କରିପାରୁଛି । ଫଳରେ ଏହି ବ୍ୟାକ୍ଟେରିଆରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କଷ୍ଟକର ହେଉଛି ।

ନୂଆ ଗାଇଡଲାଇନ ଅନୁଯାୟୀ, ଚର୍ମ ଏବଂ ସଫ୍ଟ ଟିସ୍ୟୁ ସଂକ୍ରମଣ ରୋକିବା ପାଇଁ ଡାକ୍ତର ୫ ଦିନ ପାଇଁ ଆଣ୍ଟିବାୟୋଟିକ୍‌ ଲେଖିବାକୁ ଗାଇଡଲାଇନରେ ରହିଛି । ସେହିପରି କମ୍ୟୁନିଟି ଆକ୍ୟୁଆର୍ଡ ନିମୋନିଆ ପାଇଁ ୫ ଦିନ ଏବଂ ହସ୍ପିଟାଲ ଆକ୍ୟୁଆର୍ଡ ନିମୋନିଆ ରୋଗୀଙ୍କ ପାଇଁ ୮ ଦିନ ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍‌ ପ୍ରେସ୍‌କ୍ରାଇବ କରାଯାଇପାରିବ ।

 

Show More

Related Articles

Back to top button