ଦେଶ ବିଦେଶବାଣିଜ୍ୟ

GST ଅନ୍ତର୍ଗତ ହୋଇପାରିବନି ପେଟ୍ରୋଲ ଓ ଡିଜେଲ

ଲାଗିଯିବ ୮ରୁ ୧୦ ବର୍ଷ

ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ରେକର୍ଡ ବୃଦ୍ଧି ହୋଇଛି। ଯାହାର ପ୍ରଭାବ ବଜାରରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅନୁଭୁତ ହେଉଛି। ଏଣୁ ତୈଳ ଦରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହାକୁ ସେବା ଓ ସାମଗ୍ରୀ କର( ଜିଏସଟି) ଅନ୍ତର୍ଗତା କରାଯାଇପାରିଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପରିବ ବୋଲି କୁହାଯାଉଛି। ତେବେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଗତ କରିବା ଲାଗି ଅନୁନ୍ୟ ୮ରୁ ୧୦ ବର୍ଷ ଲାଗିଯିବ ବୋଲି ବିଜେପି ନେତା ସୁଶୀଲ ମୋଦି ବୁଧବାର ରାଜ୍ୟସଭାରେ କହିଛନ୍ତି।ଯଦି ପେଟ୍ରୋଲ ଓ ଡିଜେଲକୁ ଅଚାନକ ଜିଏସଟି ଅଧିନକୁ ଅଣାଯାଏ ତେବେ ରାଜ୍ୟ ସରକାରମାନଙ୍କର ଅନୁନ୍ୟ୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହାନୀ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟସଭାରେ ଫାଇନାନ୍ସ ବିଲ-୨୦୨୧ର ଆଲୋଚନାରେ ଅଂଶ ଗ୍ରହଣ କରି ମୋଦି କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦରୁ କେନ୍ଦ୍ର ଓ ରାଜ୍ୟ ସାମୂହିକ ୫ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରୁଛନ୍ତି। ଏଣୁ ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅନ୍ତର୍ଗତ କରିବା ଲାଗି ଦାବି ଅବ୍ୟବହାରିକ କହିଛନ୍ତି।

ଦେଶର କେତେକ ଅଞ୍ଚଳରେ ପ୍ରତି ଲିଟର ପେଟ୍ରୋଲ ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ରଜ୍ୟସଭାରେ ସୁଶୀଲ ମୋଦିଙ୍କ ବୟାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସେ କହିଛନ୍ତି ଯେ ଏଥିଲାଗି ବିଧିବଦ୍ଧ ଯୋଜନା କରାଯିବା ସହ ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟକାରୀ କରିବାକୁ ପଡିବ। ଏଥିରେ ରାଜ୍ୟ ସରକାରମାନଙ୍କର ବାର୍ଷିକ ରାଜସ୍ୱ କ୍ଷତି ଭରଣାର ଉତ୍ସ ଅନୁସନ୍ଧାନ କରାଯିବା ପରେ ହିଁ ଯାହା କିଛି ହୋଇପାରିବ। ଏଥିଲାଗି ଅନୁନ୍ୟ ୮ରୁ ୧୦ ବର୍ଷ ସମୟ ଲାଗିପାରେ ବୋଲି କହିଛନ୍ତି ମୋଦି।ସେହିପରି ଜିଏସଟିରେ ଏବେ ଅଧିକତମ ଶୁଳ୍କ ୨୮ ପ୍ରତିଶତ ଆଦାୟ ହେଉଛି। ଏଥିରେ ପ୍ରତି ଲିଟର ୧୦୦ ଦରରେ ବିକ୍ରି ହେଉଥିବା ପେଟ୍ରୋଲରେ ୬୦ ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ରହୁଛି। କେନ୍ଦ୍ର ୩୫ ଟଙ୍କା ଶୁଳ୍କ ନେଉଥିବା ବେଳେ ରାଜ୍ୟମାନେ ୨୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ପାଉଛନ୍ତି। କେନ୍ଦ୍ର ଅସୁଲ କରୁଥିବା ଶୁଳ୍କରୁ ୪୨ ପ୍ରତିଶତ ରାଜ୍ୟଙ୍କୁ ପ୍ରଦାନ କରୁଛି ବୋଲି ମୋଦି ସଂସଦରେ କହିଛନ୍ତି।

Show More

Related Articles

Back to top button