ଓଡ଼ିଶାମୁଖ୍ୟ ଖବର

ଆଇସୋଲେସନରେ ରହିବେ ରେଭେନ୍ସା ହଷ୍ଟେଲ୍‌ ଛାତ୍ରଛାତ୍ରୀ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ବିଶ୍ୱବିଦ୍ୟାଳୟର ସ୍ଥିତି ନେଇ ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ୨ସପ୍ତାହ ପାଇଁ ବିଶ୍ୱ ବିଦ୍ୟାଳୟ ବନ୍ଦ କରିବାକୁ କିଛି ନିଷ୍ପତ୍ତି ନିଆଯିବାର ସୂଚନା ରହିଛି । ଏନେଇ ରେଭେନ୍ସା ପିଜି କାଉନସିଲ ଚେୟାରମ୍ୟାନ୍ ସ୍ମୃତି ପ୍ରକାଶ ଦାସ ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଛାତ୍ରୀ ଜଣକ ପଜିଟିଭ୍‌ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ ତୃତୀୟ, ପଞ୍ଚମ, ସପ୍ତମ ପରୀକ୍ଷା ଦିନକ ପାଇଁ ବାତିଲ କରାଯାଇଛି । କିନ୍ତୁ ଏବେ ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରୀମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Show More

Related Articles

Back to top button