Breaking PLUSଓଡ଼ିଶାମୁଖ୍ୟ ଖବର

‘ଆହାର ସେବା’ର 9ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ରାଜ୍ୟରେ ଆହାର ସେବାକୁ 9ବର୍ଷ ପୂରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ପଛରେ କାମ କରୁଥିବା ପ୍ରତ୍ୟେକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହରାଞ୍ଚଳରେ ଗରିବ, ଅସହାୟ ଲୋକଙ୍କ ଖାଦ୍ୟ ସୁରକ୍ଷାର ଭରସା ସାଜିଛି ‘ଆହାର’। ମାତ୍ର ୫ ଟଙ୍କାରେ ପେଟପୁରା ସୁଷମ ଖାଦ୍ୟ ଯୋଗାଇ ‘ଆହାର’ ସମସ୍ତଙ୍କ ଆଦର ଲାଭ କରିଛି। ଏହାର ସୁପରିଚାଳନା ପଛରେ ଥିବା ମିଶନ ଶକ୍ତି ମା’ ଏବଂ ସଫଳତା ପାଇଁ କାମ କରୁଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଆହାର ସେବାର ୯ବର୍ଷ ପୂର୍ତ୍ତି ଅବସରରେ ମୋର ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି।

Show More

Related Articles

Back to top button