Breaking PLUSଓଡ଼ିଶାଦେଶ ବିଦେଶ

ସରକାର: ବ୍ରିଟେନ୍ ରୁ ଓଡିଶା ଅସିଛନ୍ତି ୪୩ଜଣ

ଏଣିକି ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି

ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ନିୟମ କଡ଼ାକଡ଼ି। ଯେଉଁମାନେ ବ୍ରିଟେନ୍‌ରୁ ଫେରିବେ ୧୪ ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ଏହା ମଧ୍ୟରେ ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖାଇ ଯାଇଛି। ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ବ୍ରିଟେନ ଫେରନ୍ତାଙ୍କ ସଂପର୍କରେ ଏକ ତଥ୍ୟ ସାମ୍ନାକୁ ଆସିଛି। ଗତ ୧୪ ଦିନ ମଧ୍ୟରେ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି। ଏମାନଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମଙ୍କୁ ଚିଠି ଲେଖିଛନ୍ତି। ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

Show More

Related Articles

Back to top button