ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଆଜି ୨୫ ଡିସେମ୍ବର ବଡ ଦିନ

କରୋନା କଟକଣା ଯୋଗୁଁ ଏଥର ବଡଦିନର ଆୟୋଜନ କିଛି ମାତ୍ରାରେ ଫିକାଫିକା ଲାଗୁଛି । ସବୁ ବର୍ଷ ଡିସେମ୍ବର ୨୪ ତାରିଖ ଦିନ ଯୀଶୁଖ୍ରୀଷ୍ଟଙ୍କ ମହତ ଆଗମନକୁ ନେଇ ମଧ୍ୟ ରାତ୍ରୀରେ କୃଷ୍ଣଚନ୍ଦ୍ରପୁର ନୋଡାଲ ଚର୍ଚ୍ଚରେ ସାମୁହିକ ପ୍ରାର୍ଥନା ଅନୁଷ୍ଠିତ ହୋଇ ଥାଏ । କିନ୍ତୁ ଚଳିତ ବର୍ଷ ଏହି ସାମୁହିକ ପ୍ରାର୍ଥନାକୁ ବାତିଲ କରା ଯାଇ ଥିବାର ଜଣା ପଡିଛି । ଆସନ୍ତାକାଲି ସକାଳୁ କେହି ଭକ୍ତ ଚାହିଁଲେ ଏକୁଟିଆ ଚର୍ଚ୍ଚକୁ ଆସି ବୁଲି ପାରିବେ କିମ୍ବା ଯୀଶୁଙ୍କ ଦର୍ଶନ କରି ପାରିବେ

ଏହି ସବୁ କାର୍ଯ୍ୟକ୍ରମ ବେଳେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଅନିବାର୍ଯ୍ୟ ବୋଲି ଜଣା ପଡିଛି । ବଡଦିନ ପାଇଁ କୃଷ୍ଣଚନ୍ଦ୍ରପୁର ଚର୍ଚ୍ଚକୁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି ।ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଝାକି ପ୍ରସ୍ତୁତ କରା ଯାଇଛି । ସବୁ ବର୍ଷ ବଡଦିନ ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ସନ୍ଧ୍ୟାରେ କୃଷ୍ଣଚନ୍ଦ୍ରପୁର ଚର୍ଚ୍ଚ ସମ୍ମୁଖରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ ।

କିନ୍ତୁ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆ ଯାଇଛି । ବଡଯୋଡ ବଣଭୋଜି ସ୍ଥଳକୁ ଯିବା ଆସିବା କରୁ ଥିବା ପର୍ଯ୍ୟଟକ ମାନେ ପ୍ରାୟ ଯିବା ଆସିବା ରାସ୍ତାରେ ଏହି ଚର୍ଚ୍ଚରେ ପଶି ଏହାର ସୁନ୍ଦର ସାଜସଜ୍ଜା ଦେଖିବା ସହିତ ଝାକିକୁ ମଧ୍ୟ ଦେଖି ଆନନ୍ଦ ଉପଭୋଗ କରନ୍ତି । ଏହି ସମୟରେ ଏହି ଅଞ୍ଚଳରେ ବସବାସ କରୁ ଥିବା ଇସାହି ପରିବାରର ଝିଅଝିଆଣି, ବନ୍ଧୁବାନ୍ଧବ ଓ କୁଣିଆ ମାନେ ଆସି ଥାଆନ୍ତି । ଶାନ୍ତାକ୍ରୁସ ବାହାରି ଗ୍ରାମ ପରିଭ୍ରମଣ କରି ଲୋକ ମାନଙ୍କୁ ଯୀଶୁ ଆଗମନର ବାର୍ତ୍ତା ଦେଇ ଥାଏ ।କିନ୍ତୁ ଏଥର ସେପରି କିଛି ଆୟୋଜନ କରା ଯାଇ ପାରି ନଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ବଡଦିନ ଅବସରରେ ରାଗଧାରେ ଉତ୍ତର ଓଡିଶାର ସର୍ବ ବୃହତ୍ତ ଗଞ୍ଜା ଲଢ଼େଇ ଆୟୋଜନ କରା ଯାଉ ଥିଲା । ଏଥିରେ ଆଖପାଖ ଜିଲ୍ଲା ଓ ପଡୋଶୀ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ହାଉସି ମାନେ ଆସି ଗଞ୍ଜା ଲଢ଼େଇ କରି ଥାଆନ୍ତି । ଗଞ୍ଜା ଗୋଟିକ ୭୦ ହଜାରରୁ ଏକ ଲକ୍ଷ ତିରିଶ ହଜାର ପର୍ଯ୍ୟନ୍ତ ବିକ୍ରି ହେବାର ରେକର୍ଡ ରହିଛି । କିନ୍ତୁ ଜାତୀୟ ପଶୁ ମଙ୍ଗଳ ବୋର୍ଡ ଏହି ଗଞ୍ଜା ଲଢ଼େଇ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେବା ପରେ ଏହି ଗଞ୍ଜା ଲଢ଼େଇ ଉପରେ ପୋଲିସ ଓ ପ୍ରଶାସନ ମିଳିତ ଭାବେ ପ୍ରତିବନ୍ଧକ ଲଗାଇ ଥିବାର ଜଣା ପଡିଛି । ଆସନ୍ତାକାଲି ମଧ୍ୟ ରାଗଧା ଗଞ୍ଜା ଲଢ଼େଇ ପଡିଆରେ ପୋଲିସର ପହରା ରହିବ ବୋଲି ଜଣା ପଡିଛି ।

Show More

Related Articles

Back to top button