Breaking PLUSଦେଶ ବିଦେଶମୁଖ୍ୟ ଖବର

ଖୁସି ଖବର, ଭାରତରେ ବଢୁଛି ବାଘଙ୍କ ସଂଖ୍ୟା

ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭାରତ ପାଇଁ ଖୁସି ଖବର ଆସିଛି। ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଚିତାବାଘ ବା ଲିଓପାର୍ଡ଼ଙ୍କ ସଂଖ୍ୟା ବଢ଼ିଛି। ବାଘ ଓ ସିଂହ ପରେ ଚିତାବାଘ ସଂଖ୍ୟାରେ ବୃଦ୍ଧି ଘଟିବା ବନ୍ୟଜନ୍ତୁ ପ୍ରେମୀଙ୍କୁ ଖୁସି ଦେଇଛି।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ‘ଷ୍ଟାଟସ୍ ଅଫ୍ ଲିଓପାର୍ଡ଼ ଇନ୍ ଇଣ୍ଡିଆ ୨୦୧୮’ ରୁ ଜଣାପଡ଼ିଛି। ୨୦୧୪ରେ ଦେଶରେ ୭,୯୧୦ ଚିତାବାଘ ଥିବା ବେଳେ ୨୦୧୮ରେ ସେହି ସଂଖ୍ୟା ପାଖାପାଖି ୧୨,୮୫୨ରେ ପହଞ୍ଚିଛି। ଏହାର ଅର୍ଥ ଏହି ୪ ବର୍ଷ ମଧ୍ୟରେ ଦେଶରେ ଚିତାବାଘ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି।ମଧ୍ୟପ୍ରଦେଶରେ ସବୁଠୁଁ ଅଧିକ ୩, ୪୨୧ ଟି ଚିତାବାଘ ଥିବା ବେଳେ ତା’ ତଳକୁ ଅଛି କର୍ଣ୍ଣାଟକ ଯେଉଁଠି ୧, ୭୯୩ ଟି ଚିତାବାଘ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ୧, ୬୯୦ ସଂଖ୍ୟକ ଚିତାବାଘ ଅଛନ୍ତି।

ମୋଟାମୋଟି ଭାବରେ ଦେଶର ମଧ୍ୟ ଭାଗ, ପୂର୍ବଘାଟ ଓ ପଶ୍ଚିମଘାଟ ଅଞ୍ଚଳ, ଶିବାଲିକ୍ ପାର୍ବତ୍ୟାଞ୍ଚଳ ଓ ଗାଙ୍ଗେୟ ସମତଳ ଅଞ୍ଚଳରେ ଥିବା ସମସ୍ତ ରାଜ୍ୟର ଜଙ୍ଗଲ ଗୁଡ଼ିକରେ ଏହି ପ୍ରଜାତି ବାଘର ସଂଖ୍ୟା ବଢ଼ିଥିବାର ଜଣାପଡ଼ିଛି। ଚିତାବାଘ ସଂଖ୍ୟା ବଢ଼ିବାରେ ପୂର୍ବଘାଟ ପର୍ବତମାଳା ଅଞ୍ଚଳରେ ଆସୁଥିବା ଓଡ଼ିଶା ୭ମ ସ୍ଥାନରେ ରହିଛି। ୨୦୧୪ ଗଣନାରେ ଏଠି ୩୧୮ ଟି ଚିତାବାଘ ରହିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୭୬୦ରେ ପହଞ୍ଚିଛି।

Show More

Related Articles

Back to top button