ଦେଶସ୍ୱତନ୍ତ୍ର

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଇଆରସିଟିସି ଆଣିଲା ଏହି ସବୁ ପ୍ଲାନ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଲା ଇଣ୍ଡିଆ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ । ଏଣିକି ବିନା କୌଣସି ଖର୍ଚ୍ଚରେ ଯାତ୍ରୀଙ୍କୁ ମାଗଣାରେ ମିଳିବ ଖାଦ୍ୟପେୟ । ପୂର୍ବ ପରି ଆଉ ଟ୍ରେନ ଯାତ୍ରା ସମୟରେ ଖାଇବା ପାଇଁ ପଇସା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ତେଣୁ ଅନେକ ସଂଖ୍ୟକ ଯାତ୍ରୀ ଏହି ଫାଇଦା ଉଠାଇ ପାରିବେ

ଇଣ୍ଡିଆନ ରେଲୱେ ମୁତାବକ, ଟ୍ରେନ ଲେଟ୍ ହେଲେ ଆଇଆରସିଟିସିର କ୍ୟାଟେରିଂ ପଲିସୀ ଅନୁଯାୟୀ ଯାତ୍ରୀଙ୍କୁ ଟିଫିନ୍ ଓ ହାଲୁକା ଭୋଜନ ଦିଆଯିବ । ଏହି ସୁବିଧା ଏକ୍ସପ୍ରେସ୍ ଟ୍ରେନର ଦିଆଯାଇଥାଏ । ଯଦି ଆପଣଙ୍କର ଟ୍ରେନ ୨ ଘଣ୍ଟା ବା ତା’ଠାରୁ ଅଧିକ ସମୟ ବିଳମ୍ବ ହେବେ ତେବେ ଆପଣ ଏହିସବୁ ସୁବିଧା ପାଇପାରିବେ ।

Show More

Related Articles

Back to top button