ବାଣିଜ୍ୟ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର, ଛୁଟି ଦିନରେ ବି ଆସିବ ଖାତାକୁ ଟଙ୍କା

ଅଗଷ୍ଟରୁ ରବିବାର ଓ ଗେଜେଟଭୁକ୍ତ ଛୁଟିଦିନରେ ବି ଦରମା ଆକାଉଣ୍ଟକୁ ଆସିବ । ଅଗଷ୍ଟ 1 ତାରିଖଠାରୁ ନ୍ୟାସନାଲ ଅଟୋମେଟେଡ କ୍ଲିଅରିଂ ହାଉସ ବା ନାଚ୍ ସପ୍ତାହର ସବୁଦିନ ଖୋଲା ରହିବ ।

ଏନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଖାଉଟିମାନଙ୍କ ସୁବିଧା ଦୃଷ୍ଟିରୁ ଏହି ନିୟମ କାର୍ଯ୍ୟକାରୀ କରାଯିବ । ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ନାଚ୍ ଦରମା, ଲାଭାଂଶ, ସୁଧ, ପେନସନ, ବିଦ୍ୟୁତ, ଏଲପିଜି ସବସିଡି, ଟେଲିଫୋନ, ଋଣ କିସ୍ତି, ଇଏମଆଇ, ମ୍ୟୁଚୁଆଲ ଫଣ୍ଡ, ଡିବିଟି, ଆଦି ସକାଶେ ପ୍ରାପ୍ୟ ପ୍ରଦାନ କରିଥାଏ । ପ୍ରତିଦିନ ଏହି କାର୍ଯ୍ୟ ଚାଲିଥିବାବେଳେ ରବିବାର ଓ ଅନ୍ୟାନ୍ୟ ଗେଜେଟଭୁକ୍ତ ଛୁଟିରେ ଏହା ବନ୍ଦ ରହିଥାଏ । ମାତ୍ର ନୂଆ ନିୟମ ଯୋଗୁ ଏଣିକି ଛୁଟି ଦିନରେ ବି ଏହି କାର୍ଯ୍ୟ ଜାରି ରହିବ ।

ବର୍ତ୍ତମାନ ଛୁଟିଦିନେ ବ୍ୟାଙ୍କ ବନ୍ଦ ରହିଥିବାରୁ ବିଭିନ୍ନ ଅଟୋପେମେଣ୍ଟ ଓ ଅଟୋଡେବିଟ ପ୍ରକ୍ରିୟା ବନ୍ଦ ରହିଥାଏ । ବର୍ତ୍ତମାନ କୋଭିଡ ସଙ୍କଟ କାଳରେ ଅଟୋଟ୍ରାନ୍ସଫର ସୁବିଧା କାର୍ଯ୍ୟକାରୀ କରାଯାଇଛି । ଫଳରେ ସ୍ବଚ୍ଛ ପଦ୍ଧତିରେ ସରକାରୀ ସବସିଡି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁଛି । ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଉପଭୋକ୍ତାଙ୍କୁ ସ୍କୁଲ ଦେୟ ଦାଖଲ କରିବାଠୁ ଆରମ୍ଭ କରି ଋଣ କିସ୍ତି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି ଫିନସେଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଜାଫର ଇମାମ ।

Show More

Related Articles

Back to top button