Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ସୁନା ବିସ୍କୁଟ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ ହୋଇଛି । ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ କରିଛି DRI । ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।
ଏହି ସୁନାର ଦାମ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି । ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି | କଷ୍ଟମ୍ସ ଆକ୍ଟ ୧୯୬୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button