Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ ଅଭିମୁଖେ ପିଏମ ମୋଦି

ନୂଆଦିଲ୍ଲୀ: ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁରୁବାର ଇଣ୍ଡୋନେସିଆରେ ନିଜର ପ୍ରଭାବୀ ଯାତ୍ରା ପରେ ଭାରତ ଫେରିଛନ୍ତି । ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ସକାଳେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଥିଲେ ପିଏମ ମୋଦି । ତେବେ ଏହି ଛୋଟ ଯାତ୍ରା ସରିବା ପରେ ପୁଣି ଥରେ ଭାରତ ଅଭିମୁଖେ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ତିମୋର-ଲେସ୍ତେରେ ଏକ ଭାରତୀୟ ଦୂତାବାସ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ ।

ପିଏମ ମୋଦିଙ୍କର ଏହି ନିଷ୍ପତ୍ତି ଭାରତ ପକ୍ଷରୁ ଏସିଆନକୁ ଦିଆଯାଉଥିବା ଗୁରୁତ୍ୱ ଓ ତିମୋର ଲେସ୍ତେ ସହିତ ସମ୍ପର୍କର ପ୍ରତିଫଳନ । ମୋଦିଙ୍କ ନିଷ୍ପତ୍ତିକୁ ତିମୋର ଲେସ୍ତେ ଓ ଏସିଆନ ସଦସ୍ୟମାନେ ସ୍ୱାଗତ କରିଥିଲେ । 2022 ପୂର୍ବରୁ ତିମୋର ଲେସ୍ତେ ପୂର୍ଣ୍ଣ ସଦସ୍ୟତା ପଦ ପାଇବା ପୂର୍ବରୁ ପର୍ଯ୍ୟବେକ୍ଷକ ଭାବେ ଏସିଆନରେ ସାମିଲ ହୋଇଥିଲା ।
18ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମିଆଁମାରରେ ଭାରତର ନୀତି ଏସିଆନର ସ୍ଥିତିକୁ ଦେଖି ନିଆଯାଉଛି । ଏହାସହିତ ଏକ ପଡୋଶୀ ରାଷ୍ଟ୍ର ଭାବେ ସୀମାନ୍ତରେ ଶାନ୍ତି ଓ ଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ଭାରତ-ଏସିଆନ ଯୋଗାଯୋଗକୁ ବୃଦ୍ଧି କରିବା ମଧ୍ୟ ଆମ ଫୋକସରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button