ଓଡ଼ିଶାଦେଶସ୍ୱତନ୍ତ୍ର

ପାର୍ବଣ ପୂର୍ବରୁ ଶସ୍ତା ହେଲା ସୁନା- ରୂପା ,୫୦ ହଜାର ତଳକୁ ଖସିଲା ସୁନା ଦର

ପାର୍ବଣ ଋତୁ ପାଖେଇ ଆସୁଥିବାବେଳେ ଯଥେଷ୍ଟ ହ୍ରାସ ପାଇଛି ସୁନା ଓ ରୂପା ଦର । ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ଯାହା ଘରୋଇ ମୂଲ୍ୟ ଉପରେ ପ୍ରଭାବ ପକାଉଛି । ତେବେ ଆଜି ୫୦ ହଜାର ତଳକୁ ସୁନା ଦର ଖସିଛି ।

ବର୍ତ୍ତମାନ ଦେଶରେ ନବରାତ୍ରୀ ଚାଲିଥିବା ବେଳେ ସୁନା ଓ ରୂପା ଦର ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଉଛି ଯାହା ଘରୋଇ ମୂଲ୍ୟ ଉପରେ ପ୍ରଭାବ ପକାଉଛି । ଆଜି ପୁଣି ସୁନା ଓ ରୂପା ଉପର ସ୍ତରରୁ ତଳକୁ ଖସିଛି ଏବଂ ସେଗୁଡ଼ିକର ମୂଲ୍ୟ ହ୍ରାସ ପାଇଛି ।

ସେହିପରି ରୂପା ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଏହା କିଲୋଗ୍ରାମ ପିଛା ୧.୬୦ ପ୍ରତିଶତ ହ୍ରାସ ହୋଇ କିଲୋଗ୍ରାମ ପିଛା ୫୫,୩୯୫ଟଙ୍କା ରହିଛି । ତେବେ ସକାଳୁ ରୂପା କିଲୋଗ୍ରାମ ପିଛା ୫୫,୫୭୭ ଟଙ୍କାରୁ ବେପାର ।ରମ୍ଭ ହୋଇଥିବା ବେଳେ କିଛି ସମୟ ପରେ ତାର ମୁଲ୍ୟ ୫୫,୩୯୦ କୁ ଖସି ଆସିଥିଲା ।

ବେ ଚାହିତା ଟିକେ ବୃଦ୍ଧି ହେବାରୁ ରୂପା ପୁଣି ତାର ପୂର୍ବ ରେଟରେ ସ୍ଥିର ରହିଥିଲା । ଆର୍ନ୍ତଜାତୀୟ ବଜାରରେ ସୁନା ଦର ଖସିବାପରେ ଦେଶର ବିଭିନ୍ନ ରାଜ୍ୟର ଖୁଚୁରା ବଜାରରେ ମଧ୍ୟ ଆଜି ସୁନା ଶସ୍ତା ହୋଇଛି ।

Show More

Related Articles

Back to top button