Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଏକ କୋଇଲା ବୋଝେଇ ଟ୍ରେଲରକୁ ପଛ ପଟୁ ପିଟିଲା ଡମ୍ଫର, ଡ୍ରାଇଭର ମୃତ

ସୁନ୍ଦରଗଡ଼ : କୋଇଲା ବୋଝେଇ ଏକ ଟ୍ରେଲରକୁ ପଛ ପଟୁ ଏକ ଡମ୍ଫର ପିଟି ଦେବାରୁ ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସ୍ଥିତ ବ୍ରାହ୍ମଣୀ ରାସ୍ତାଠାରେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରି ଦେଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୁଚନା ଅନୁସାରେ,  ଆଜି ଭୋର ପ୍ରାୟ ୪ଟା ବେଳେ ହେମଗିରି ପଟରୁ କନିକା ରେଳ ସାଇଡକୁ ଏକ ଟ୍ରେଲର କୋଇଲା ନେଇ ଯାଉଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ୧୨ ଚକ୍କିଆ ଡମ୍ଫର ପଛପଟୁ ଟ୍ରେଲରଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଘଟଣାସ୍ଥଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ମୃତ ଡ୍ରାଇଭର ଜଣକ ହେଲେ ଝାରଖଣ୍ଡର ଯୁଗଲ କିଶୋର ମହାତୋ। ମୃତକଙ୍କ ପରିବାରକୁ ୧୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ଦାବିରେ ଅନ୍ୟ ଡ୍ରାଇଭରମାନେ ପ୍ରାୟ ୪ ଘଣ୍ଟା କାଳ ରାସ୍ତାରୋକ କରିଥିଲେ । ପୁଲିସ୍‌ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଫଳରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ମାତ୍ର କ୍ଷତିପୂରଣ ପ୍ରଦାନ କରିବା ପର୍ଯ୍ୟନ୍ତ କୋଇଲା ସାଇଡକୁ ମାଲ୍‌ ପରିବହନ କରିବେନି ବୋଲି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଡ୍ରାଇଭରମାନେ। ଫଳରେ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

Show More

Related Articles

Back to top button