Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି ମହାମାରୀ କରୋନା ତାଣ୍ଡବ, ୧୫କୋଟି ୮୨ଲକ୍ଷରେ ପହଁଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା

ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୭୨ହଜାର ୩୪୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୨ହଜାର ୬୬୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରବିବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୮୨ଲକ୍ଷ ୯୮ହଜାର ୮୫୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୯୫ହଜାର ୯୫୦ଜଣକୁ ବୃଦ୍ଧି ପାଇଛି ।

ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୭ଲକ୍ଷ ୭୨ହଜାର ୩୪୮ ଜଣ ସଂକ୍ରମିତ ହୋଇଥିବାବେଳେ ୧୨ହଜାର ୬୬୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରବିବାର ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୮୨ଲକ୍ଷ ୯୮ହଜାର ୮୫୭ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୯୫ହଜାର ୯୫୦ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୬୫ଲକ୍ଷ ୭୭ହଜାର ୨୫୨ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୪ଲକ୍ଷ ୨୫ହଜାର ୬୬୫ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୩କୋଟି ୩୩ଲକ୍ଷ ୫୨ହଜାର ୬୫୯ ସଂକ୍ରମିତ ଓ ୫ଲକ୍ଷ ୯୫ହଜାର ୫୮୦ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୧ଲକ୍ଷ ୫୦ ହଜାର ୬୨୮ସଂକ୍ରମିତ ଓ ୪ଲକ୍ଷ ୨୧ହଜାର ୪୮୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୭ ହଜାର ୯୫୯ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୨୭୭ ମୃତ, ତୁର୍କୀରେ ୫୦ ଲକ୍ଷ ୧୬ ହଜାର ୧୪୧ ସଂକ୍ରମିତ ଓ ୪୨ ହଜାର ୭୪୬, ଋଷିଆରେ ୪୮ ଲକ୍ଷ ୭୧ ହଜାର ୮୪୩ ସଂକ୍ରମିତ ଓ ୧ଲକ୍ଷ ୧୨ ହଜାର ୯୨୨ଜଣ ମୃତ, ୟୁକେରେ ୪୪ ଲକ୍ଷ ୩୩ ହଜାର ୯୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୦୩ ମୃତ, ଇଟାଲିରେ ୪୧ ଲକ୍ଷ ୨ ହଜାର ୯୨୧ ସଂକ୍ରମିତ ଓ ୧ଲକ୍ଷ ୨୨ ହଜାର ୬୯୪ମୃତ, ସ୍ପେନରେ ୩୫ ଲକ୍ଷ ୬୭ ହଜାର ୪୦୮ ସଂକ୍ରମିତ ଓ ୭୮ ହଜାର ୭୯୨ ମୃତ, ଜର୍ମାନୀରେ ୩୫ ଲକ୍ଷ ୧୯ ହଜାର ୨୫୦ ସଂକ୍ରମିତ ଓ ୭୮ ହଜାର ୭୯୨ମୃତ, ଆର୍ଜେଣ୍ଟିନାରେ ୩୧ ଲକ୍ଷ ୩୬ ହଜାର ୧୫୮ ସଂକ୍ରମିତ ଓ ୬୭ ହଜାର ୪୨ ମୃତ ରହିଛନ୍ତି ।

Show More

Related Articles

Back to top button