Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ

ରାଜ୍ୟ ସରକାରଙ୍କ ର ୩୯ ପ୍ରଶାସନିକ ଅଧିକାରୀଙ୍କ ବଦଳି ହୋଇଛି । ୨୯ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ(ବିଡ଼ିଓ) ଓ ୬ଜଣ ତହସିଲଦାରଙ୍କ ସହିତ ୪ଜଣ ‘ଡେପୁଟି କଲେକ୍ଟର’ଙ୍କ ବଦଳି ହୋଇଛି।

ରାଜ୍ୟ ସରକାରଙ୍କ ର ୩୯ ପ୍ରଶାସନିକ ଅଧିକାରୀଙ୍କ ବଦଳି ହୋଇଛି । ୨୯ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ(ବିଡ଼ିଓ) ଓ ୬ଜଣ ତହସିଲଦାରଙ୍କ ସହିତ ୪ଜଣ ‘ଡେପୁଟି କଲେକ୍ଟର’ଙ୍କ ବଦଳି ହୋଇଛି।

ନିର୍ଦ୍ଦେଶନାମାନୁସାରେ, ସନ୍ଧ୍ୟାରାଣୀ ମାଝିଙ୍କୁ ଅନୁଗୋଳ ବିଡ଼ିଓ ଭାବେ ବଦଳି କରାଯାଇଥିବାବେଳେ ଶଙ୍କର ମିଶ୍ରଙ୍କୁ ତାଳଚେର, ଜ୍ଞାନରଞ୍ଜନ ସାହୁଙ୍କୁ ବସ୍ତା, ତନ୍ମୟ ରଞ୍ଜନ ଜେନାଙ୍କ ବାହନଗା, ଦମୟନ୍ତୀ ସାହୁଙ୍କୁ ଝାରବନ୍ଧ, ବିଶ୍ୱନାଥ ସାହୁଙ୍କୁ ଅତାବିରା, ମନୋଜ କୁମାର ବେହେରାଙ୍କୁ ଭଦ୍ରକ, ପ୍ରଦୀପ୍ତ କୁମାର ଶତପଥୀଙ୍କୁ ବାଙ୍କୀ, ରାଜାରଞ୍ଜିତ ପ୍ରତାପ ବଳଙ୍କୁ ରାଇଗଡ଼, ଶୁଭସ୍ନିଗ୍ଧା ସେଠୀଙ୍କୁ ମୋହନା, ଉତମ ବାଗଙ୍କୁ ଏମ. ରାମପୁର ପ୍ରଭୃତି ୨୯ଜଣଙ୍କୁ ବଦଳି କରାଯାଇଛି।

ସେହିପରି ୬ଜଣ ତହସିଲଦାରଙ୍କ ମଧ୍ୟରେ କିଶୋର ପଣ୍ଡାଙ୍କୁ ଗଣିଆ ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବାବେଳେ ଶୁଭାଶିଷ ପାଲଟାଙ୍କୁ ଟାଙ୍ଗୀ, ମନ୍ମଥ ନାୟକଙ୍କୁ ତାଳଚେର, ପ୍ରଶାନ୍ତି ପ୍ରଧାନଙ୍କୁ ବେଲପଡା, ରୂପାଲିକା ଦାସଙ୍କୁ ଗୋପ, ବିନୟ କୁମାର ପଟେଲଙ୍କୁ ରଘୁନାଥପଲ୍ଲୀ ବଦଳି କରାଯାଇଥିବାବେଳେ ଅନ୍ୟ ୪ଜଣଙ୍କୁ ‘ଡେପୁଟି କଲେକ୍ଟର’ ଭାବେ ବଦଳି କରାଯାଇଛି।

ସେମାନଙ୍କ ମଧ୍ୟରେ ଦେନିଶ ବେହେରା ଓ ଶୁଭକାନ୍ତ ନାୟକଙ୍କୁ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଥିବାବେଳେ ଧ୍ରୁବଚରଣ ମୁଦୁଲିଙ୍କୁ ମାଲକାନଗିରି ଏବଂ ତପସ୍ୱିନୀ ହାଁସଦାଙ୍କୁ ଗଜପତି ବଦଳି କରାଯାଇଛି।

Show More

Related Articles

Back to top button