Breaking PLUSଓଡ଼ିଶାମୁଖ୍ୟ ଖବର

ଦିନିକିଆ ବ୍ରହ୍ମପୁର ଗସ୍ତରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ

ଦିନିକିଆ ବ୍ରହ୍ମପୁର ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା କରିବେ । ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଚାଲିଛି ତାର ଅନୁଧ୍ୟାନ କରିବେ ପୋଲିସ ଡିଜି । ତାଙ୍କ ସହ ଉପସ୍ଥିତ ରହିବେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ପୋଲିସ ଡିଜି ବ୍ରହ୍ମପୁର, ଛତ୍ରପୁର ଓ ଗିରିଶୋଳା ଯାଇ ସ୍ଥିତି ପରଖିବେ ।

ଆନ୍ଧ୍ର ଓ ତେଲେଙ୍ଗାନାରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପୁଥିବାରୁ ସୀମାକୁ ସିଲ୍ କରିଛନ୍ତି ସରକାର । ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯାଇଛି । ସୀମାରେ କିଭଳି ପ୍ରବାସୀଙ୍କ ଯାଞ୍ଚ କରାଯାଉଛି ସେନେଇ ଦକ୍ଷିଣ ଓଡ଼ିଶାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ବର୍ତ୍ତମାନ ଲକଡାଉନ୍ ଗାଇଡଲାଇନକୁ କିଭଳି ପାଳନ କରୁଛନ୍ତି ଲୋକ ସେନେଇ ବି ସମୀକ୍ଷା କରିବେ ।

Show More

Related Articles

Back to top button