
ଫୁଲବାଣୀର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କରଚନ୍ଦ୍ର ସାହୁ ବୁଧବାର ୧୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାରେ ସମସ୍ତ ସାଖ୍ୟ ପ୍ରମାମ ପତ୍ର, ଡାକ୍ତରୀ ରିପୋର୍ଟ, ପିଡ଼ିତାଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ କରନ କୁମାର କହଁର (୨୨)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
ପୀଡ଼ିତାଙ୍କ ତରଫରୁ ସ୍ବତନ୍ତ୍ର ଅଧିବକ୍ତା ବନମାଳୀ ବେହେରା ମାମଲା ପରିଚାଳନା କରିଥିଲେ। ଖବର ଅନୁସାରେ ଗତ ୨୦୧୯ ମସିହା ଜାନୁଆରୀ ୧୫ରେ ଅଭିଯୁକ୍ତ ପୀଡିତାଙ୍କୁ ଅପହରଣ କରି କେରଳରେ ନେଇ ସେରହୁଥିବା ଜାଗାରେ ରଖିଥିଲା। ଅଭିଯୁକ୍ତ ପିଡିତାଙ୍କ ଇଛା ବିରୁଦ୍ଧରେ ତା ସହିତ ଦୁଷ୍କର୍ମ କରୁଥିଲା। ପୀଡ଼ିତା ଗାଁ କୁ ଆସି ଏନେଇ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ୨/୨୦୧୯ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା।