Breaking PLUSଓଡ଼ିଶାମୁଖ୍ୟ ଖବର

ରତ୍ନବେଦୀରେ ମହାପ୍ରଭୁ, ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

ଭକ୍ତଙ୍କୁ ମିଳିଲା ପ୍ରସାଦ

ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ। ମହାପ୍ରଭୁ ଏବେ ରତ୍ନବେଦୀରେ ଆଶ୍ୱିନ ହୋଇଥିବା ବେଳେ ଦୈନନ୍ଦୀନ ନୀତିକାନ୍ତି ପୁଣିଥରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ଆଜି ଆଷାଢ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା। ଭକ୍ତ ମାନେ ନୀଳାଚଳ ଅବଢା ପାଇ କୃତାର୍ଥ ଅର୍ଜନ କରିଛନ୍ତି। ଏପଟେ ଘୋଷଯାତ୍ରା ସରିଥିବାରୁ ଆଜି ରଥ ଫିଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ଭୋଇ ସେବାୟତ। ନିଳାଦ୍ରୀ ବିଜେରେ ଶ୍ରୀମନ୍ଦିର ଫେରିଥିବା ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା। ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା। ଭୋରରୁ କୋଠସୁଆଁସିଆ ମାନେ ପଶି ଚାରମାଳ ଖୋଲିବା ପରେ ସକାଳୁ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଭୋଗ ପରେ ବାହାରିଥିଲା ନିଳାଚଳ ଅବଢା।

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ମହାପ୍ରସାଦ ବାହାରିଥିବାରୁ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକ୍ରାଶ ପାଇଛି। ଦୀର୍ଘ ଏକମାସ ପରେ ଆଜି ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର। ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ସହ ପ୍ରଥମ ନୀଳାଚଳ ଅବଢା ପାଇଛନ୍ତି।ସେପଟେ ଘୋଷଯାତ୍ରା ଶେଷ ପରେ ଆଜି ଠାରୁ ରଥ ଫିଟାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଭୋଇ ସେବାୟତମାନେ ତିନି ରଥରେ ଥିବା ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥି ଗୁଡିକୁ ଖୋଲିଥିଲେ। ରଥର ଏହି ଅଂଶ ଗୁଡିକ ପ୍ରତ୍ୟେକ ବର୍ଷ ନିର୍ମାଣ ହେଉ ନଥିବାରୁ ଏଗୁଡିକୁ ସୁରକ୍ଷିତ ଭାବେ ଗୁଣ୍ତିଚା ଘର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଏ। ରଥର ଅନ୍ୟ ମୁଖ୍ୟ ଅଂଶ ଗୁଡିକ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଖୋଲାଯିବ।

Show More

Related Articles

Back to top button