Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ପୁଣି ବ୍ୟାପିଲା କରୋନା

ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୪୪ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

କଟକ ଜାତୀୟ ଆଇନ ବିଶ୍ବବିଦ୍ୟାଲୟରେ ୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ୨୩୪ ଜଣ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ୨୩୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

Corona Virus COVID-19

ପୂର୍ବରୁ କଟକ ମହାନଗର ନିଗମ ଅଫିସର ୮ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସିଏମ୍‌ସିରେ କୋଭିଡ୍ ନିୟମକୁ କଡାକଡି କରାଯାଇଛି । ମାସ୍କ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯିବା ସହ ଆବଶ୍ୟକ ନଥିଲେ ସିଏମ୍‌ସି ଅଫିସକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଇଛି । ସହରରେ ସଂକ୍ରମଣ ସଂଖ୍ୟା ବଢୁଥିଲେ ବି ଲୋକେ କିନ୍ତୁ ଚେତୁ ନାହାନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନିୟମକୁ ସମସ୍ତେ ଯେମିତି ଭୁଲି ଯାଇଛନ୍ତି । ତେବେ ଏବେଠୁ ନିୟମ ନମାନିଲେ ଆଗକୁ ବଡ ବିପଦ ଆସିପାରେ ବୋଲି ସହରବାସୀଙ୍କୁ ଚେତାଇ ଦେଇଛନ୍ତି ମେୟର । କୋଭିଡ୍ କଟକଣା ପାଳନ ନକଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି ।

Show More

Related Articles

Back to top button