ଜୀବନଚର୍ଯ୍ୟାସ୍ୱତନ୍ତ୍ର

ଘରୁ ଅସରପା ଦୂର କରନ୍ତୁ ସହଜ ଉପାୟରେ

ବେଳେବେଳେ ଘରେ ଅସରପା ଦେଖିବାକୁ ମିଳନ୍ତି । ବିଶେଷ କରି ରୋଷେଇ ଘରେ ଏମାନଙ୍କ ପ୍ରାଦୂର୍ଭାବ ଦେଖିବାକୁ ମିଳିଥାଏ । ଖାଦ୍ୟ ଉପରେଏମାନେ ଚଢି ଖାଦ୍ୟକୁ ନଷ୍ଟ କରିଦିଅନ୍ତି । ଏମାନଙ୍କ ଏମିତି ହରକତ ଫାଇଁ ଗୃହିଣୀମାନେ ବିରକ୍ତିକର ହୋଇଯାଆନ୍ତି । ତେବେ ଆରମ୍ଭରୁ ଏମାନଙ୍କୁ ଦୂରେଇ ନ ଦେଲେ ପରେ ସଂଖ୍ୟା ବଢିଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଅସରପା ଦୂରେଇଯିବାର କେତେକ ସହଜ ତଥା ସରଳ ଉପାୟ-

ତେଜପତ୍ର ସୁଗନ୍ଧରେ ଅସରପା ଦୂରେଇଯାଆନ୍ତି । ଯେଉଁ କୋଣରେ ଅସରପା ଦେଖାଯିବେ, ସେଠାରେ ଗୋଟିଏ ପ୍ଲେଟ୍ରେ ୨-୩ଟି ତେଜପତ୍ର ରଖିଦିଅନ୍ତୁ,ଦେଖିବେ ଦିନ କେଇଟାରେ ଅସରପା ଘରୁ ଦୂରେଇଯିବେ ।

-ସେହିପରି ଗୋଟିଏ ପାତ୍ରରେ ସମପରିମାଣର ଚିନି ଓ ବେକିଂ ପାଉଡର ନିଅନ୍ତୁ । ତାହାକୁ ଭଲ ଭାବେ ମିଶାଇ ଅସରପା ଥିବା ସ୍ଥାନରେ କିମ୍ବା ଘରର ପ୍ରତିକୋଣରେ ଅଳ୍ପଅଳ୍ପ ପକାନ୍ତୁ । ଚିନି ର ସ୍ୱାଦରେ ଆକର୍ଷିତ ହେଲାପରେ ବେକିଂ ପାଉଡର୍ ର ଗନ୍ଧରେ ଅସରପା ସେହି ସ୍ଥାନ ଛାଡି ପଳାଇବେ । ଏହା ଏକ ସହଜ ପ୍ରକ୍ରିୟା ଅଟେ ।

–  ତେବେ ଲବଙ୍ଗର ଗନ୍ଧରେ ମଧ୍ୟ ଅସରପା ଦୂରେଇଯାଆନ୍ତି । ରୋଷେଇଘରର ବିଭିନ୍ନ ସ୍ଥାନରେ ଲବଙ୍ଗ ରଖିଲେ ଅସରପାରୁ ମୁକ୍ତି ମିଳିପାରିବ ।

Show More

Related Articles

Back to top button