Breaking PLUSଓଡ଼ିଶାମୁଖ୍ୟ ଖବର

ଜଣେ ସେବାୟତ କରୋନା ପଜିଟିଭ୍ ପରେ, ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ

ଦୁଇ ଦିନ ପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବ । ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ପଜିଟିଭ୍ ଜାଣିବା ପରେ ଭକ୍ତଙ୍କ ଦର୍ଶନ ଓ ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ଦୁଇ ଦିନ ପାଇଁ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବ । ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ପଜିଟିଭ୍ ଜାଣିବା ପରେ ଭକ୍ତଙ୍କ ଦର୍ଶନ ଓ ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାବାଙ୍କ ନୀତିକାନ୍ତି ଯେପରି ଭାବେ ଜାରି ରହିବ ସେଥିପାଇଁ ଆବଶ୍ୟକତା ଅନୁଯାୟୀ ପାଳିଆ ସେବାୟତ ଓ ନିଯୋଗୀମାନେ ମନ୍ଦିରକୁ ଯିବେ। ଏତଦବ୍ୟତୀୟ ଅନ୍ୟ ସେବାୟତ ଓ ସେବାକାରୀଙ୍କୁ ମନ୍ଦିର ଯିବାକୁ ମନା କରିଛି ପ୍ରଶାସନ। ଏଥିସହ ସମସ୍ତ ସେବାୟତ କରୋନା ରିପୋର୍ଟ ମନ୍ଦିର କାର୍ଯ୍ୟାଳୟରେ ୨ଦିନ ମଧ୍ୟରେ ଦାଖଲ କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

Show More

Related Articles

Back to top button