Breaking PLUSଓଡ଼ିଶାମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥଗିତ ରହିଲା ମିଡ୍ ସେମିଷ୍ଟାର ପରୀକ୍ଷା

ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଟେଷ୍ଟ ପରେ ଆଉ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଟେଷ୍ଟ ପରେ ଆଉ ୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆକଳନ କରାଯାଉଛି। ଆଜି ଆକ୍ରାନ୍ତ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ବାୟୋ-ଟେକ୍ନୋଲୋଜି ବିଭାଗର ଦୁଇ ଜଣ ପିଲା ଥିବା ବେଳେ ଏମସିଏ ବିଭାଗର ଜଣେ କର୍ମଚାରୀ ରହିଛନ୍ତି। ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବଡ଼ ନିଷ୍ପତ୍ତି ନେଇଛନ୍ତି।

କରୋନା କାଳରେ କର୍ତୃପକ୍ଷ ଜାରି ରଖିଥିବା ଅଫଲାଇନ୍‌ ମିଡ୍‌ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଆଜି ସମସ୍ତ ବିଭାଗୀୟ ମୁଖ୍ୟ ଓ କୋର୍ସ ସଂଯୋଜକମାନଙ୍କୁ କହିଛନ୍ତି ଯେ କ୍ୟାମ୍ପସରେ କୋଭିଡ୍‌-୧୯ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି ବର୍ତମାନ ସମୟରେ ଜାରି ରହିଥିବା ମିଡ୍‌ ସେମିଷ୍ଟାର ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ଯେ‌ତେବେ‌ଳ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ନ ଫେରିଛି ସେପର୍ଯ୍ୟନ୍ତ ପରୀକ୍ଷା ହେବ ନାହିଁ।

Show More

Related Articles

Back to top button