Breaking PLUSଦେଶ ବିଦେଶମୁଖ୍ୟ ଖବର

ଦକ୍ଷିଣ ଗାଜାରେ ଗର୍ଜୁଛି ଇସ୍ରାଏଲ ଟ୍ୟାଙ୍କ

ଲେବାନନରେ ହିଜବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ

ଗାଜା /ସଂଯୁକ୍ତ ରାଷ୍ଟ୍ର, ୯ ଡିସେମ୍ବର – ଗାଜା ପଟ୍ଟିରେ ଯୁଦ୍ଧର ୬୪ତମ ଦିନରେ ଶନିବାର ଇସ୍ରାଏଲ ଟ୍ୟାଙ୍କ, ମିଶାଇଲ ଏବଂ ରକେଟ୍ ଗର୍ଜୁଛି । ଇତିମଧ୍ୟରେ ଇସ୍ରାଏଲ ଯୁଦ୍ଧ ବିମାନ ରାତିତମାମ ଲେବାନନରେ ହିଜବୁଲ୍ଲାର କେତେକ ଆଡ୍ଡା ଉପରେ ଆକ୍ରମଣ କରିଛି । ଇତିମଧ୍ୟରେ ଗାଜ୍ଜା ପଟ୍ଟିରେ ଏହି ଘମାଘୋଟ ଯୁଦ୍ଧକୁ ରୋକିବାକୁ ସଂଯୁକ୍ତ ଆରବ ଏମିରେଟର ପ୍ରୟାସକୁ ଜୋରଦାର୍ ଝଟକା ଲାଗିଛି । ଆମେରିକା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଇସ୍ରାଏଲ-ହମାସ ସଂଘର୍ଷ ଉପରେ ତା’ର ପ୍ରସ୍ତାବର ମସୁଧା ଉପରେ ଭୋଟ୍ କରିଛି । ଏହି ପ୍ରସ୍ତାବରେ ଗାଜାରେ ତତ୍କାଳ ମାନବୀୟ ଯୁଦ୍ଧ ବିରତି ଏବଂ ହମାସ୍ ଆତଙ୍କବାଦୀ ସମୂହ ଦ୍ୱାରା ବନ୍ଧକ ଥିବା ସମସ୍ତ ଲୋକଙ୍କୁ ତୁରନ୍ତ ଏବଂ ବିନା ସର୍ତରେ ଖଲାସ ର ଦାବି କରାଯାଇଥିଲା ।

ଦ ଟାଇମ୍ସ ଅଫ ଇସ୍ରାଏଲ ଅନୁସାରେ, ଗାଜା ପଟ୍ଟିରେ ଇସ୍ରାଏଲର ସୁରକ୍ଷା ବଳ ଏବଂ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ ର ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ପ୍ରତିରକ୍ଷା ବଳ (ଆଇଡିଏଫ)ର କହିବା ଅନୁଯାୟୀ, ତା’ର ଯୁଦ୍ଧ ବିମାନ ରାତିତମାମ ଲେବାନନରେ ହିଜବୁଲ୍ଲାର କେତେକ ଆଡ୍ଡା ଉପରେ ଆକ୍ରମଣ କରିଛି । ଯେଉଁ ଟାର୍ଗେଟ୍ ଉପରେ ଆକ୍ରମଣ କରାଯାଇଛି, ସେଥିରେ ଇରାନ ସମର୍ଥିତ ଆତଙ୍କବାଦୀ ସମୂହର କେତେକ ପରିଚାଳନା କେନ୍ଦ୍ର ରହିଛି ।

Show More

Related Articles

Back to top button