ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ

ଘଟଣାକୁ ନେଇ ତଦନ୍ତ ଆରମ୍ଭ

ବ୍ରହ୍ମପୁର: ଗୁଳି ଫୁଟି ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ । ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରଏ ସୂଚନା ଦେଇଛନ୍ତି । ଆସିକା ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ , ଗାଙ୍ଗପୁର ଥାନା ପରିସରରେ ନିଜେ ଆଇଆଇସି ଦେବ କୁମାର ଅଣ୍ଟାରେ ବନ୍ଧୁକ ରଖୁଥିବାବେଳେ ଅଚାନକ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା । ଫଳରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଏସ୍‌ପି ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଇଆଇସି ଦେବ କୁମାର ଗତ କିଛି ଦିନ ହେଲା ଡିପ୍ରେସନରେ ଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି । ମାନସିକ ଦୁଶ୍ଚିନ୍ତା ଯୋଗୁଁ ଚିନ୍ତାଗ୍ରସ୍ଥ ହୋଇ ଆତ୍ମହତ୍ୟା କରିଥିବା ମଧ୍ୟ ଅନୁମାନ କରାଯାଉଛି ।

 

Show More

Related Articles

Back to top button