Breaking PLUSଅପରାଧଓଡ଼ିଶାଜୀବନଚର୍ଯ୍ୟାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଡାକ୍ତର ଓ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଯନ୍ତ୍ରଣା ପାଉଛନ୍ତି ପ୍ରସୂତି ମହିଳା

ଢେଙ୍କାନାଳ ଜିଲ୍ଲା ଓଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା।

ପ୍ରସୂତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ପାଇଁ ସରକାର ଜନନୀ ସୁରକ୍ଷା ଯୋଜନା କରିଛନ୍ତି । ଆଉ ଏହି ଯୋଜନାରେ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ମାତ୍ର ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ପ୍ରସୂତି ମହିଳାମାନେ କିପରି ଯନ୍ତ୍ରଣା ପାଉଛନ୍ତି ପୁଣି ତାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳରେ । ଢେଙ୍କାନାଳ ଜିଲ୍ଲା ଓଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ଦୁଷ୍ମନ୍ତ ନାୟେକଙ୍କ ପତ୍ନୀ ଶୈଳ ନାୟେକଙ୍କର ଶୁକ୍ରବାର ଭୋର ସକାଳେ ଗର୍ଭଯନ୍ତ୍ରଣା ହୋଇଥିଲା। ସ୍ଵାମୀ ଦୁଷ୍ମନ୍ତ ଜନନୀ ସୁରକ୍ଷା ଗାଡି ମାଧ୍ୟମରେ ସକାଳ ପ୍ରାୟ ୭ଟା ସମୟରେ ଓଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ତେବେ ସେଠାରେ କୌଣସି ଡାକ୍ତର କିମ୍ବା ଷ୍ଟାଫନର୍ସ ନଥିବା ବେଳେ ପ୍ରସୂତି ଓ ମହିଳା ବିଭାଗ ରୁମରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଶୈଳଙ୍କର ପ୍ରସବକାଳୀନ ଯନ୍ତ୍ରଣା ବଢିବାରୁ ସେ ଡାକ୍ତରଖାନା ଶୌଚାଳୟ ସାମ୍ନା ବରଣ୍ଡାରେ ବିଶ୍ରାମ ନେଇଥିଲେ । ପ୍ରସବ ଯନ୍ତ୍ରଣା ଅଧିକ ହେବାରୁ ସେଠାରେ ଉପସ୍ଥିତ ଥିବା ଜଣେ ସୁଇପରଙ୍କ ସହାୟତାରେ ଶୈଳ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ । ଏପରିକି ଉକ୍ତ ସୁଇପର୍ ସନ୍ତାନର ସେବା କରିବା ସହିତ ତାର ନାହି କାଟିଥିଲେ । ସ୍ୱାମୀ ଦୁଷ୍ମନ୍ତ ଡାକ୍ତରଖାନାରେ ତାଲାପଡିଥିବା ଦେଖି ଡାକ୍ତରଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଉଭୟ ମାଆଛୁଆ ସୁସ୍ଥ ଥିବା ଜଣାପଡିଛି । ତେବେ କିଛି ଘଣ୍ଟା ପରେ ଏହି ଘଟଣା ପ୍ରଘଟ ହେବା ଭୟରେ ଡାକ୍ତରଖାନା କର୍ମଚାରୀମାନେ ପହଞ୍ଚି ଉଭୟ ପ୍ରସୂତି ମହିଳା ଓ ନବଜାତକକୁ ନେଇ ପ୍ରସୂତି ରୁମରେ ରଖିଥିବା ଜଣାପଡିଛି।

 

Show More

Related Articles

Back to top button