Breaking PLUSଓଡ଼ିଶାମୁଖ୍ୟ ଖବର

ଧାମନଗରରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର, 20 ଜାନୁୟାରୀ- ରାଜ୍ୟରେ ବେଧଡକ ଚାଲିଛି ନିଶା କାରବାର । ବାରମ୍ବାର ଚଢାଉ ପରେ ବି ମାଦକ ଦ୍ରବ୍ୟ ଚାଲାଣ ଉପରେ ଲାଗୁନି ବ୍ରେକ । ଭଦ୍ରକ ଅବକାରୀ ବିଭାଗ ନିର୍ଦ୍ଦେଶ କ୍ରମେ ଧାମନଗର ଅବକାରୀ ଥାନା ପକ୍ଷରୁ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଚଢ଼ାଉ କରି ୨କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଧୂଷୁରୀ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ନରେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Show More

Related Articles

Back to top button