Breaking PLUSଓଡ଼ିଶାମୁଖ୍ୟ ଖବର
୨୦ ହଜାର ଟଙ୍କାର ଦାଦାବଟି ମାଗି ଗିରଫ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ
୨୦ ହଜାର ଟଙ୍କାର ଦାଦାବଟି ମାଗିବା ଅଭିଯୋଗରେ କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କଠାରୁ ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା
୨୦ ହଜାର ଟଙ୍କାର ଦାଦାବଟି ମାଗିବା ଅଭିଯୋଗରେ କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କଠାରୁ ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା । ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତ ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ ।
ଏହାପରେ ପୁଲିସ୍ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି । ରାଜାଙ୍କୁ କ୍ୟାପିଟାଲ ଥାନାରେ ପୁଲିସ୍ ଜେରା କରୁଥିବା ଜଣାପଡିଛି ।