Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲିଲା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ

ସିଲ୍ ହେବାର ଦୀର୍ଘ ୮ ଦିନ ପରେ ଖୋଲିଲା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ । ସିଲ୍‌ ହେବାର ୮ ଦିନ ପରେ ବିଏମସି ଅଧିକାରୀ ଓ ପୋଲିସ୍‌ ଉପସ୍ଥିତିରେ ଅଫିସକୁ ଖୋଲାଯାଇଛି।

ସିଲ୍ ହେବାର ଦୀର୍ଘ ୮ ଦିନ ପରେ ଖୋଲିଲା ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀ ଅଫିସ । ସିଲ୍‌ ହେବାର ୮ ଦିନ ପରେ ବିଏମସି ଅଧିକାରୀ ଓ ପୋଲିସ୍‌ ଉପସ୍ଥିତିରେ ଅଫିସକୁ ଖୋଲାଯାଇଛି।

ଅକ୍ଟୋବର ୮ ତାରିଖ ଦିନ ନିଜ ଜନ୍ମଦିନ ପାଳନ ବେଳେ ସାଂସଦ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ୧୦ ତାରିଖରେ ୧୫ ଦିନ ପାଇଁ ଅପରାଜିତାଙ୍କୁ ଅଫିସକୁ ସିଲ୍‌ କରାଯାଇଥିଲା ।

ଅନ୍ୟପଟେ ଶନିବାର ଏକ ସାମ୍ବାଦିକ ସମ୍ମଳନୀ କରି ଅଫିସ ସିଲ୍‌ ଘଟଣାକୁ ବେଆଇନ ବୋଲି କହିଛନ୍ତି ଅପରାଜିତା । ଏହାଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହୋଇଛି। ମାନସିକ ଆଘାତ ଲାଗିଛି। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରନ୍ତି ବୋଲି କହିଛନ୍ତି ।

Show More

Related Articles

Back to top button