ଦେଶମୁଖ୍ୟ ଖବର

ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରକୁ କୋର୍ଟ ଭିତରେ ଗୁଳି କରି ହତ୍ୟା

ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ କୋର୍ଟ ରୁମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗିକୁ କୋର୍ଟ ଭିତରେ ଗୁଳି କରି ହତ୍ୟା କରାଯାଇଛି । ଦିଲ୍ଲୀର ରୋହିତ କୋର୍ଟରେ ଏପରି ଘଟଣା ଘଟିଛି ।

ଆଜି ଜିତେନ୍ଦ୍ରକୁ କୋର୍ଟର ୨ ନଂ ପ୍ରକୋଷ୍ଠରେ ବିଚାରପତିଙ୍କ ଆଗରେ ହାଜର କରାଯାଇଥିଲା । ଏହି ସମୟରେ ୨ ଜଣ ଆକ୍ରମଣକାରୀ ଓକିଲ ବେଶରେ ଆସି ସେଠାରେ ପହଞ୍ଚିଥିଲେ । ଶୁଣାଣି ଆରମ୍ଭ ହେଉଥିବା ବେଳେ ସେମାନେ ନିଜ ପାଖରେ ରଖିଥିବା ବନ୍ଧୁକ ବାହାର କରି ଜିତେନ୍ଦ୍ର ଉପରକୁ ଗୁଳି ମାଡ଼ କରିଥିଲେ । ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଏଥିରେ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ପୁଲିସ୍‌ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା । ପୁଲିସ୍‌ ଗୁଳିରେ ୨ ଜଣ ଯାକ ଆକ୍ରମଣକାରୀ କୋର୍ଟ ରୁମରେ ହିଁ ପ୍ରାଣ ହରାଇଛନ୍ତି । ଏହି ଗୁଳିମାଡ଼ ଘଟଣାରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଗୁଳିମାଡ଼ ପରେ ପୂରା କୋର୍ଟ ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଜିତେନ୍ଦ୍ରକୁ ଦୁଇ ବର୍ଷ ତଳେ ଦିଲ୍ଲୀର ସ୍ପେଶାଲ ସେଲ ଗିରଫ କରିଥିଲା । ତା’ରେ ବିଭିନ୍ନ ଥାନରେ ୧୦ରୁ ଅଧିକ ମାମଲା ରହିଛି । ଆଜିର ଗୁଳିକାଣ୍ଡ ପଛରେ ତା’ ବିରୋଧୀ ଗ୍ୟାଙ୍ଗର ସଦସ୍ୟଙ୍କ ହାତ ରହିଥାଇ ପାରେ ବୋଲି କୁହାଯାଉଛି । ତେବେ ପୂରା ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ ।

Show More

Related Articles

Back to top button