ଦେଶମୁଖ୍ୟ ଖବରଶିକ୍ଷା

ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ

୨୦୨୦ ରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ମେନ୍ ପରୀକ୍ଷା ଫଳକୁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସ୍ସି) ଘୋଷଣା କରିଛି । ଏହି ପରୀକ୍ଷାରେ ମୋଟ ୭୬୧ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି । ସୁଭମ୍ କୁମାର ନାମକ ଜଣେ ପରୀକ୍ଷାର୍ଥୀ ଯାହାଙ୍କର ରୋଲ୍ ନମ୍ବର ୧୫୧୯୨୯୪, ସେ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିବା ପରୀକ୍ଷାର୍ଥୀମାନେ static.pib.gov.in ଉପରେ କ୍ଲିକ୍ କରି ସେମାନଙ୍କର ଫଳ ଯାଞ୍ଚ କରିପାରିବେ ।

ସାଧାରଣ ବର୍ଗର ୨୬୩ ପ୍ରାର୍ଥୀ, ଆର୍ଥିକ ପଛୁଆ ଶ୍ରେଣୀର ୮୬ ଜଣ, ଅନ୍ୟ ପଛୁଆ ଶ୍ରେଣୀରୁ ୨୨୯, ଅନୁସୂଚିତ ଜାତିର ୧୨୨ ଜଣ, ଅନୁସୂଚିତ ଜନଜାତିର ୬୧ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ପରେ ମୋଟ ୭୬୧ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ବ୍ୟତୀତ ୧୫୦ ଜଣ ପ୍ରାର୍ଥୀଙ୍କୁ ରିଜର୍ଭରେ ରଖାଯାଇଛି ।

Show More

Related Articles

Back to top button