Breaking PLUSଓଡ଼ିଶାମୁଖ୍ୟ ଖବର

ଅଫିସରେ ଦିଆଯିବ କରୋନା ଟିକା

ଏଣିକି ଅଫିସରେ ଦିଆଯିବ କୋରନା ଟିକା। ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଟିକା ଦିଆଯିବ। ଏବେସୁଦ୍ଧା ୧ ଲକ୍ଷ ୯୨ ହଜାରଙ୍କ ଡାଟାବେସ ପ୍ରସ୍ତୁତ ହୋଇସାରିଛି

ଏଣିକି ଅଫିସରେ ଦିଆଯିବ କୋରନା ଟିକା। ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ। ପ୍ରଥମ ଫେଜରେ ଗୃହ ଓ ନଗର ଉନ୍ନୟନ, ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଟିକା ଦିଆଯିବ। ଏବେସୁଦ୍ଧା ୧ ଲକ୍ଷ ୯୨ ହଜାରଙ୍କ ଡାଟାବେସ ପ୍ରସ୍ତୁତ ହୋଇସାରିଛି। ଟିକାକରଣ କାର୍ଯ୍ୟ ୬ ତାରିଖରୁ ଆରମ୍ଭ ହେବ। ୩ ସପ୍ତାହ ମଧ୍ୟରେ ସମୁଖ ଯୋଦ୍ଧାଙ୍କର ଟିକାକରଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶାକୁ ଆଜି ୬୩ ହଜାର ୯୦ ଡୋଜ କୋଭିସିଲଡ ଓ ୮୩ହଜାର ୫୦୦ କୋଭାସ୍କିନ ଟିକା ଆସିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ ଲକ୍ଷ ୮ ହଜାର ୨୦୫ ଜଣଙ୍କୁ ଟିକା ଦିଆଯାଇଛି। ଯାହା ୬୨ ପ୍ରତିଶତ। ପ୍ରଥମ ଫେଜ ଟିକାକରଣ ୧୦ ତାରିଖ ଭିତରେ ଶେଷ ହେବ। ଫେବ୍ରୁଆରୀ ୧୫ ତାରିଖରୁ ପ୍ରଥମ ଫେଜର ସେକେଣ୍ଡ ଡୋଜ ଦିଆଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Show More

Related Articles

Back to top button