Breaking PLUSଦେଶ ବିଦେଶମୁଖ୍ୟ ଖବର

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’-୨୦୨୧

ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟିରେ ଆଜିଠାରୁ ୩ ଦିନିଆ 'ଏରୋ ଇଣ୍ଡିଆ' ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ। ଏହା ହେଉଛି ବିଶ୍ୱର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ) ଏରୋସ୍ପେସ୍ ସୋ

ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟିରେ ଆଜିଠାରୁ ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ। ଏହା ହେଉଛି ବିଶ୍ୱର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ) ଏରୋସ୍ପେସ୍ ସୋ। ଏଥିରେ ଭାରତୀୟ ଯୁଦ୍ଧ ବିମାନ ଲାଇଟ କମ୍ବାଟ ଏୟାରକ୍ରାଫ୍ଟ- ତେଜସ ଏବଂ ଆମେରିକୀୟ ବୋମା ବର୍ଷଣକାରୀ ସମେତ ପ୍ରସିଦ୍ଧ ଯୁଦ୍ଧ ବିମାନ ପ୍ରତ୍ୟକ୍ଷ ଏବଂ ଭର୍ଚୁଆଲ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ପ୍ରତି ଦୁଇ ବର୍ଷରେ ଥରେ ଏହି ଏୟାର ସୋ’ର ଆୟୋଜନ କରାଯାଉଥିବା ଚଳିତ ବର୍ଷ ଏହାର ୧୩ତମ ସଂସ୍କରଣର ଉଦଘାଟନ ହୋଇଛି। ‘ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ର ପ୍ରଭାବ ଦେଖିବାକୁ ମିଳିଛି। ଏଥିରେ ୧୪ ଟି ଦେଶ ଏବଂ କମ୍ପାନୀର ଏକ ପ୍ରତିନିଧୀ ଦଳ ଅଂଶଗ୍ରହଣ କରିଛନ୍ତି। ଆମେରିକାର ପ୍ରତିନିଧି ତଥା ପ୍ରତିରକ୍ଷା ଶିଳ୍ପର ଡନ୍ ହେଫଲିନ୍ ମଧ୍ୟ ଏଥିରେ ପ୍ରତିନିଧିତ୍ୱ କରୁଛନ୍ତି।

Show More

Related Articles

Back to top button