ବାଣିଜ୍ୟ

ଦମଦାର ଲୁକ୍‌ ସହ ବଜାରକୁ ଆସୁଛି ହୋଣ୍ଡାର ନୂଆ ବାଇକ୍ : ରହିଛି ଅତ୍ୟାଧୁନିକ ଫିଚରର୍ସ, ଆକର୍ଷଣୀୟ ଦାମ୍‌

ହୋଣ୍ଡା କମ୍ପାନୀ ଏବେ ଏକ ନୂଆ ବାଇକର ଟିଜର ରିଲିଜ୍‌ କରିଛି । ଆସନ୍ତା କିଛି ଦିନ ମଧ୍ୟରେ ହୋଣ୍ଡାର ଏହି ବାଇକ୍‌ ବଜାର ପ୍ରବେଶ କରିବାକୁ ଯାଉଛି ।

ଆକର୍ଷଣୀୟ ଲୁକ୍‌ ସହିତ ଦମଦାର ଫିଚର ଥିବା ଏହି ବାଇକର ଦାମ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇନାହିଁ । ତେବେ ୧୬ ଫେବୃୟାରୀ ୨୦୨୧ରେ ଏହାର ବଜାର ପ୍ରବେଶ ହୋଇପାରେ ।କମ୍ପାନୀ ପକ୍ଷରୁ, ବାଇକର ନାଁ କଣ ରହିଛି ସେ ନେଇ ନିର୍ଦ୍ଦିଷ୍ଟଭାବେ କିଛି କୁହାଯାଇନଥିଲେ ସୁଦ୍ଧା ଏହା ହୋଣ୍ଡା CB-350 ଉପରେ ଆଧାରିତ Cafe Racer ବାଇକ ହୋଇପାରେ ବୋଲି ଅନୁମାନ କରାଯାଉଛି ।ଏହି ବାଇକକୁ କମ୍ପାନୀ ୩୫୦-ସିସି ଇଞ୍ଜନ୍‌ ସହିତ ଲଞ୍ଚ କରିବାକୁ ଯାଉଛି । ଯାହାର ବ୍ୟବହାର ହୋଣ୍ଡା ହାଇନେସ୍‌ ବାଇକରେ ମଧ୍ୟ କରାଯାଇଛି ।

ଏହି ବାଇକ୍‌ ୫ ସ୍ପିଡ୍ ଗିୟର ବକ୍ସ୍‌ ସହିତ ବଜାରକୁ ଆସିବ । ହୋଣ୍ଡାର ଏହି ବାଇକ୍‌ର ଦାମ ସାମ୍ନାକୁ ଆସିନଥିବା ବେ​‌ଳେ ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ମଧ୍ୟରେ ହେବ ।ହୋଣ୍ଡାର ଏହି ଦମଦାର ବାଇକରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । ଏହି ବାଇକ୍‌ରେ ଏଲଇଡି ହେଡଲାଇଟ୍ ଅଛି । ଏହା ବ୍ୟତୀତ ସ୍ମାର୍ଟ ଭଏସ୍‌ କଣ୍ଟ୍ରୋଲ୍, ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ଭଳି ଫିଚରଗୁଡିକ ଏହି ବାଇକରେ ଦିଆଯାଇଛି । ଏହି ବାଇକ୍ DLX ଏବଂ DLX Pro, ଦୁଇଟି ମଡେଲରେ ଉପଲବ୍ଧ ହେବ । ଏହାର ହ୍ୟାଣ୍ଡେଲକୁ ମଧ୍ୟ ଆକର୍ଷଣୀୟ କରାଯାଇଛି ଯାହା ଫଳରେ କି ଚାଳକଙ୍କୁ ଗାଡି ଚଳାଇବା ବେଳେ ଆରାମ ମିଳିବ ।

Show More

Related Articles

Back to top button