ଓଡ଼ିଶା

ଆଜିଠୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ

କେବଳ ଶନିବାର ଓ ରବିବାର ବନ୍ଦ ରହିବ କାର୍ଯ୍ୟାଳୟ

ଆଜିଠୁ ରାଜ୍ୟରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ କର୍ମଚାରୀମାନେ ନିୟମିତ କାର୍ଯ୍ୟାଳୟକୁ ଆସିବେ । ସମସ୍ତେ ଠିକ୍‌ ସମୟରେ ଆସି ନିଜର କାର୍ଯ୍ୟ କରିବେ । କିନ୍ତୁ, ପୂର୍ବଭଳି ଶନିବାର ଅଫିସ୍‌ ଆସିବେ ନାହିଁ । ଏ ସମ୍ପର୍କରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।ରାଜ୍ୟରେ କୋଭିଡ ସ୍ଥିତି ଖରାପ ଥିବାରୁ ଗତ ଏପ୍ରିଲ୍‌ ୧୯ରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୫୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଡ୍ୟୁଟି ହିସାବରେ ଆସୁଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଛି । ଏପଟେ ଗତ ଅଢ଼େଇ ମାସ ଅଧା କର୍ମଚାରୀରେ ବିଶ୍ୱବିଦ୍ୟାଳୟ ଓ କଲେଜ ଚାଲୁଥିବାରୁ ଅନେକ କାର୍ଯ୍ୟ ଅଧୁରା ହୋଇ ରହିଛି ।

ଆଗକୁ ୟୁଜି ଓ ପିଜି ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ହେବ । ଖୁବ୍‌ଶୀଘ୍ର ଫଳ ପ୍ରକାଶ ପାଇବ । ତେଣୁ ସମସ୍ତ କର୍ମଚାରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବା ଦରକାର । ମଙ୍ଗଳବାର ଏହି ନିର୍ଦ୍ଦେଶ ଲାଗୁ ହେବ ।କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଅଫିସ୍‌ ଆସିବେ । ସମସ୍ତେ କୋଭିଡ୍‌ ନିୟମ ପାଳନ କରିବେ । ମାସ୍କ ପିନ୍ଧିବା ସହ ସାନିଟାଇଜ, ସାମାଜିକ ଦୂରତା ରକ୍ଷା କରିବେ ବୋଲି ବିଭାଗ କହିଛି ।

Show More

Related Articles

Back to top button